ଅତାବିରା ବ୍ଳକରେ ସନ୍ଧ୍ୟା ହେଲେ ବିଦ୍ୟାଳୟ ପରିସରରେ ନିଶାଡୀ ମାନଙ୍କର ଆସର ଜମିଥାଏ
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକରେ କେତେକ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ସନ୍ଧ୍ୟା ହେଲେ ନିଶାଡୀ ମାନଙ୍କର ଆସାର ଜମୁଛି । ବିଦ୍ୟାଳୟ ଗୁଡିକର ପାଚେରୀ ନ ଥିବାରୁ ନିଶାଡୀ ମାନଙ୍କୁ ବିଦ୍ୟାଳୟରେ ଆସର ଜମାିବା ପାଇଁ ସୁବିଦା ହୋଉଛି ବୋଲି ସ୍ଥାନୀୟ ଲୋକ ମାନେ କହନ୍ତି । ଏ ସମ୍ପର୍କରେ ପୋଲିସ ପାକରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ବ୍ଳକ ଶିକ୍ଷା ଅଧିକାରୀଙ୍କ ଠାରୁ ବିଡିଓ ଓ ବିଧାୟିକାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ଲାଭ ନାହିଁ ବୋଲି ଛାତ୍ର ଛାତ୍ରୀ ମାନଙ୍କର ଅବିଭାବକମାନେ କହନ୍ତି । ସୁଚନାଯୋଗ୍ୟ ଯେ ଅତାବିରା ବ୍ଳକର ଲଚିଦା ପଞ୍ଚାୟତ ରେଙ୍ଗାଲି କେମ୍ପ ରୁ ଟାଙ୍ଗରପାଳି କେନାଲ ରାସ୍ତାରେ ପଡେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାବିରିପାଲି । ବିଦ୍ୟାଳୟଟି ୧୯୮୬ ମସିହାରେ ସ୍ଥାପିତ । ଏଠାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଚି । ପିଲାଙ୍କ ପାଇଁ ଦୁଇଟି କ୍ଳାସ ରୁମ ରହିଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କ ସହ ଅନ୍ୟ ଜଣେ ସହାୟକ ଶିକ୍ଷକ । ବିଦ୍ୟାଳୟ ଶ୍ରେଣୀ ଗୃହ ଏବେ ବିପଦ ପୂର୍ଣ୍ଣ ଅ୍ରବସ୍ଥାରେ ରହିଛି । ଛାତ୍ରରୁ ଗୋଡି ସିମେଣ୍ଟ ଛିଣ୍ଡିକି ପଡୁଛି । ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଟପ ଟପ ହୋଇ ପଡୁଛି । ସବୁଠାରୁ ବଡ କଥା ବିଦ୍ୟାଳୟରେ ସରକାରଙ୍କ ନିୟମ ଅନୁସାରେ ଶୌଚାଳୟ ରହିବ । ମାତ୍ର ଏଠାରେ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ କରାଯାଇଛି । ମାତ୍ର ତାହା କାମରେ ଆସୁନାହିଁ । ଛାତ୍ର ଛାତ୍ରୀ ମାନେ ବାହାରେ ପଡିଆ ବ୍ୟବହାର କରୁଛନ୍ତି । ସେହିପିର ବିଦ୍ୟାଳୟ ଗୁଡିକରେ ପାଚେରୀ ନାହିଁ । ମାତ୍ର ସରକାରଙ୍କ ଅର୍ଥ ତୋଷର ପାତ କରିବା ପାଇଁ ବିଦ୍ୟାଳୟ ଆଗରେ ବିରାଟ ବିରାଟ ଗେଟ ଲାଗିଛି । ବିଦ୍ୟାଳୟରେ ତାଲା ପଡିଛି । ଯେଉଁପରି ଆଗରେ ତାଲା ପଛରେ ଖୋଲା ଠିକ ସେହି ନିୟମରେ ଅତାବିରା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକ୍ରମ ବୋଲି ବିଦ୍ୟାଳୟ ପରିଚାଳନା କମିଟି ଓ ଅବିଭାବକ ମାନେ କହନ୍ତି । ବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏପରିକି ଅତାବିରା ବ୍ଳକରେ ବେସରକାରୀ ବିଦ୍ୟାଳୟ ଗୁଡିକ ଛତୁପରି ଖୋଲିଛି । ବ୍ଳକ ଶିକ୍ଷା ଅଧିକାରୀ କିଛି ହାତଗୁଞ୍ଜା ନେଇ ସେମାନଙ୍କୁ ନୋ ଅବଜେନସ ପ୍ରମାଣପତ୍ର କେତେକ ବିଦ୍ୟାଳୟ ପାଇଥିବା ବେଳେ ଅନ୍ୟ କେତେକ ବିଦ୍ୟାଳୟଙ୍କୁ ତାହା ମଧ୍ୟ ମିଳିନାହିଁ ବୋଲି ଜଣାପଡିଛି । ସରକାରୀ ବିଦ୍ୟାଳୟକୁ ଅବହେଳା କରାଯାଇ ବେସରକାରୀ ବିଦ୍ୟାଳୟ ଗୁଡିକ ସହର ଠାରୁ ଗ୍ରାମ ମାନଙ୍କରେ ଖୋଲିବା ପାଇଁ ଏକରକମ ଶିକ୍ଷା ଅଧିକାରୀ ପ୍ରେସାହନ ଦେଉଥିବା ଅଭିଯୋଗ ମାନ ହୋଉଛି । ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ସାଧାରଣରେ ଦାବୀ ହୋଉଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ