Breaking News

୧୦ ତାରିଖ ସୁଦ୍ଧା ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଣ ; ନଚେତ ରାସ୍ତାରୋକ କରିବାକୁ ଚେତାବନୀ

 ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ସତ୍ୟବାଦୀରେ ସାମୁଦ୍ରିକ ବାତ୍ୟା ଫାନିରେ ବ୍ୟାପକ ବିଦ୍ୟୁତ ବିଭାଗର କ୍ଷତି ହୋଇଥିଲା  । ମାତ୍ର ବାତ୍ୟା ଯିବାର ଏକମାସ ହୋଇଯାଇଛି ମାତ୍ର ସତ୍ୟବାଦୀ ବ୍ଳକରେ ନାମକୁ ମାତ୍ର ବିଦ୍ୟୁତ ଯୋଗାଣ ହୋଇଛି । ତାହା ପୁଣି ରାତି ୧୦ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ  । ଆସନ୍ତା ୧୦ ତାରିଖ ସୁଦ୍ଦା ସମସ୍ତ ଗ୍ରାମକୁ ବିଜୁଳି ଯୋଗାଣ ନ ହେଲେ ସତ୍ୟବାଦୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଧାରଣା, ଅନଶନ ସହିତ ଆବଶ୍ୟକ ସ୍ଥଳେ ରାସ୍ତାରୋକ କରାଯିବ ବୋଲି ଆବାହକ ଗୋବିନ୍ଦ ମହାପାତ୍ର ଜଣାଇଛନ୍ତି । ଏଥିପାଇଁ ପ୍ରଶାସନ ଓ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଦାୟୀ ରହିବେ ବୋଲି ସେ କହିଛନ୍ତି । ବାତ୍ୟାରେ ଯେଉଁପରି ଭାବରେ ବିଦ୍ୟୁତ ଖୁଣ୍ଠ ଓ ତାର ବିଭିନ୍ନ ଗ୍ରାମ ଦାଣ୍ଡରେ ପଡିଛି । ମାତ୍ର ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଅନ୍ୟ ଦିନ ମାନଙ୍କରେ ଯେଉଁପରି ଭାବରେ କାମ ହୁଏ ସେହିପରି ଦୁଇ ତିନିଜଣ ବିଦ୍ୟୁତ କର୍ମଚାରୀଙ୍କୁ ସାଙ୍ଗରେ ଧରି କାମ କରୁଛନ୍ତି । ଯଦି ଏହିପରି କାମ କରାଯାଏ ତାହେଲେ ଆଗାମୀ ଦୁଇ ବର୍ଷ ଲାଗିଯିବ ସତ୍ୟବାଦୀର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଣ  ।  ମାତ୍ର ବିଦ୍ୟୁତ ଅଧିକାରୀ ମାନଙ୍କର ବିଦ୍ୟୁତ ସେବା ଯୋଗାଇବାରେ ସେମାନଙ୍କ ଉଦ୍ଦ୍ୟମ ନଥିବା ଜଣାପଡିଛି ବୋଲି ଶ୍ରୀ ମହାପାତ୍ର କହନ୍ତି ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Blog Archive

Popular Posts