Breaking News

ସତ୍ୟବାଦୀ ବ୍ଳକରେ ଘରଭଙ୍ଗା ତାଲିକାରେ ଅନିୟମିତତା ପଦାକୁ ଆସିଲା ; ମୃତ୍ୟୁ ଲୋକ ନାଁ ତାଲିକାରେ ସ୍ଥାନ ପାଇଛି

ସାକ୍ଷୀଗୋପାଳ---ସତ୍ୟବାଦୀ ବ୍ଳକରେ ବାତ୍ୟା ଯିବାର ୫୫ ଦିନ ପରେ ମଧ୍ୟ ଘର ଭଙ୍ଗା ତାଲିକା ପ୍ରସ୍ତୁତି ଶେଷ ହୋଇ ପାରୁନାହିଁ  । ଯେଉଁ ତାଳିକା ପ୍ରକାଶ ପାଇଛି ସେଥିରେ ହୋଇଥବା ଅନିୟମିତତା ଏବେ ପଦାକୁ ଆସିଛି । ମୃତ୍ୟୁ ଲୋକଙ୍କର ନାମ ରହିଥିବା ବେଳେ ଜଣେ ଲୋକଙ୍କର ଦୁଇ ଦୁଇ ଥର ତାଲିକାରେ ସ୍ଥାନ ପାଇଛି । ସୁଚନା ଯୋଗ୍ୟ ଯେ ବ୍ଳକର ୨୪ ଟି ପଞ୍ଚାୟତରେ ବାତ୍ୟରେ ସମସ୍ତଙ୍କର ଅଳ୍ପ ବହୁତ କ୍ଷତି ହୋଇଛି ।  ଗରିବ, ଅସହାୟ, ଦିନ ମଜୁରିଆ ପରିବାର ଗୁଡିକଙ୍କର ବିଶେଷ କ୍ଷତି ହୋଇଛି ।  ରାଜ୍ୟ ସରକାର ବାତ୍ୟା ଯିବାର ୧୫ ଦିନ ପରେ ସରକାରୀ କର୍ମଚାରୀ ପଠାଇ ଗ୍ରାମକୁ ଗ୍ରାମ ଯାଇ ଘର ଭଙ୍ଗା ତାଲିକା ପ୍ରସ୍ତୁତି କଲେ  । ତାଲିକା ଚୁଡାନ୍ତ ହୋଇ ପ୍ରକାଶ ପାଇବା ପରେ ଉକ୍ତ ତାଲିକା ସମ୍ପର୍ଣ୍ଣ ବଦଳି ଯାଇଛି । ଗରିବ , ଦିନ ମଜୁରୀଆ ପରିବାର ମାନଙ୍କର ଘର ଭଙ୍ଗା ତାଲିକାରେ ସେମାନଙ୍କ ନାମ ନାହିଁ  । ଯେଉଁ ମାନଙ୍କର ଘର ବାତ୍ୟାରେ ସମ୍ପର୍ଣ୍ଣ ମାଟିରେ ମିଶି ଯାଇଛି ସେମାନଙ୍କ ନାମ ପ୍ରକାଶ ପାଇଥିବା ତାଲିକାରେ ଆଶିଂକ ପକ୍କା ଘର ତାଲିକାରେ ରହିଛି । ଯେଉଁ ମାନଙ୍କର ୨ରୁ୪ ବଖରା ପକ୍କା ଘର ରହିଛି ସେମାନଙ୍କ ନାମ ସମ୍ପର୍ଣ୍ଣ କଚା ଭଙ୍ଗା ତାଲିକାରେ ପ୍ରକାଶ ପାଇଛି ।  ଜଣେ ଲୋକଙ୍କର ନାମ ଦୁଇ ଦୁଇ ଥର ରହିଛି । ୨୦ ବର୍ଷ ତଳେ ମରିଯାଇଥିବା ବ୍ୟକ୍ତି ବିଶେଷ ମାନଙ୍କର ନାମ ଘର ଭଙ୍ଗା ତାଲିକାରେ ସ୍ଥାନ ପାଇଛି । ଏହା ହୋଉଛି ବଳପୁର ଗ୍ରାମ ପଞ୍ଚାୟତର ଘରଭଙ୍ଗା ତାଲିକାରେ ଅନିୟମିତତା ଦେଖାଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ପୂର୍ଣ୍ଣଚନ୍ଦ୍ର ବେହେରା କହନ୍ତି ମୋର ୪ ବଖରା କଚାଘର ସମ୍ପର୍ଣ୍ଣ ଭାଙ୍ଗି ମାଟିରେ ମିଶିଗଲା  । ତଦନ୍ତକାରୀ ଅଧିକାରୀ ଆସିଲେ ଭଙ୍ଗା ଗର ଦେଖିଲେ  ଫଟୋ ଉଠାଇଲେ  । ତାଲିକା ପ୍ରକାଶ ପାଇବା ପରେ  ଆଶିଂକ ପକ୍କା ଘର ଭାଙ୍ଗିଥିବା ଲିଷ୍ଟରେ ରହିଛି  । ପଞ୍ଚାୟତରେ ତାଲିକା ମରା ହେବା ପରେ ପଞ୍ଚାୟତରେ ହୋଇଥିବା ଘରଭଙ୍ଗା ତାଲିକାରେ ଅନିୟମିତତା ପଦାକୁ ଆସିଛି ବୋଲି ଶ୍ରୀ ବେହେରା କହିଛନ୍ତି ।  ବାତ୍ୟା ଯିବାର ୫୫ ଦିନ ପରେ ମଧ୍ୟ ବଳପୁର ଗ୍ରାମ ପଞ୍ଚାୟତର  ପଞ୍ଚ ଦାସ , ରବି ପ୍ରଧାନ, ଶୁକ ଦାସ, ଧଡିଆ ଦାସ ଏହିପରି ପ୍ରାୟ ୫ଶହ ପରିବାର ଏବେ ବି ପଲିଥିନି ଓ ନଡିଆ ବରଡା ତଳେ ରହିଥିବା ବେଳେ ସେମାନଙ୍କ ନାମ ରାଜ୍ୟ ସରକାରଙ୍କ ଘରଭଙ୍ଗା ତାଲିକାରୁ ବାଦ ପଡିଛି । ଯେଉଁ ମାନଙ୍କର ନାମ ରହିଛି ତାହା ପୁଣି ଆଶିଂକ ପକ୍କା ଘର ତାଲିକାରେ ରହିଛି  । ଏହିପରି ସତ୍ୟବାଦୀ ବ୍ଳକରେ ବାତ୍ୟାରେ ଭାଙ୍ଗିଥିବା ଘର ତାଲିକାରେ ପ୍ରାୟ ୨୦ ହଜାର ପରିବାର ବାଦ ପଡିଥିବା ଜଣାପଡିଛି ।  ପୁରୀ ଜିଲ୍ଲାପାଳ ଏହାର ସଠିକ ତଦନ୍ତ କରି ବାଦ ପଡିଥିବା ପରିବାର ମାନଙ୍କୁ ତାଲିକାରେ ଅନ୍ତଭୁର୍କ୍ତ କରିବା ପାଇଁ  ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି






Blog Archive

Popular Posts