ବିଜୁ ଯୁବ ବାହିନୀ ପକ୍ଷରୁ ସତ୍ୟବାଦୀ ବ୍ଳକରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକ ସଫେଇ ଆରମ୍ଭ
ସାକ୍ଷୀଗୋପାଳ-- ପୁରୀ ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ଫାନିରେ ବିଶେଷ କରି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଆଜବେଷ୍ଟସ ଗୁଡିକ ଭାଙ୍ଗି ରୁଜି ପଡିଛି । କେତକ ଯାଗାରେ ପାଖରେ ଥିବା ଗଛ ପତ୍ର ଭାଙ୍ଗି ପଡିବା ଯୋଗୁ ବିଦ୍ୟାଳୟର ଗୃହ ଗୁଡିକ ମଧ୍ୟ ଭାଙ୍ଗି ପଡିଛି । ଆଉ ଦୁଇଦିନ ପରେ ବିଦ୍ୟାଳୟ ଖୋଲିବ । ପାଠ ପଢ଼ା ଆରମ୍ଭ ହେବ । ଏହାକୁ ନଜର କରି ରାଜ୍ୟ ସରକାରଙ୍କ ବିଜୁ ଯୁବ ବାହିନୀ ର ସାମାଜିକ କାର୍ଯ୍ୟରେ ସେମାନଙ୍କୁ ନିୟାଜିତ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ ଦତ୍ତ ବ୍ଳକରେ ଥିବା ବିଜୁ ଯୁବ ବାହିନୀକୁ ନିଜନିଜ ପଞ୍ଚାୟତରେ ଥିବା ବିଦ୍ୟାଳୟ ଗୁଡିକ ସଫା ସୁତରା କରିବା ପାଇଁ କହିଛନ୍ତି । ଭାଙ୍ଗି ପଡିଥିବା ସମସ୍ତ ଆଜବେଷ୍ଟସ ଗୁଡିକ ଏକାଠି ଗଦା ଯାଉଛି । ପ୍ରଥମ ପର୍ଯ୍ୟାୟରେ ସତ୍ୟବାଦୀ ବ୍ଳକର ଦୁଗଲ, ରାୟଖଣ୍ଡି, ବିଦ୍ୟାଧରପୁର, ନୂଆସମେଶ୍ୱରପୁର, ମଧୁବନ, ନରେନ୍ଦ୍ରପୁର ଓ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକରୁ ଭଙ୍ଗା ଆଜବେଷ୍ଟସ ଗୁଡିକ ସଫେଇ କରାଯାଇଛି ବୋଲି ସତ୍ୟବାଦୀ ବ୍ଳକର ବିଜୁ ଯୁବ ବାହିନୀର ସଂଯୋଜକ ଅମୂଲ୍ୟ ମୋହନ ଷଢ଼ଙ୍ଗୀ୍ଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି