Breaking News

ବୀରରାମଚନ୍ଦ୍ରପୁରରେ ଚମ୍ପକ ଦ୍ୱାଦଶୀରେ କାଠଚକ୍ର ବାଣ ପ୍ରଦର୍ଶୀତ

 ସାକ୍ଷୀଗୋପାଳ-----   ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଆଦ୍ୟ ଶାସନ ଗ୍ରାମରେ ଚମ୍ପକ ଦ୍ୱଦଶୀ ପର୍ବ ଗୁରୁବାର ପାଳିତ ହୋଇଯାଇଛି । ତିନିଦିନ ଧରି ଏହି ପର୍ବ ପାଳିତ ହୋଇଥାଏ  । ଶେଷ ଦିବସରେ ପାରମ୍ପାରିକ କାଠଚକ୍ର ବାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ  । ଏହି ଅବସରରେ ବରକନ୍ୟା ବେଶରେ ସୁସଜିତ ଦୁଇଟି ରଥରେ ଠାକୁର ମାନେ ଗ୍ରାମ ପରିକ୍ରମା କରିଥିଲେ ।    ଏହି ଅବସରରେ ପ୍ରତି ଦୁଆର ମାନଙ୍କରେ ଝୋଟି , ଚିତା, କଳସ, ଦିପାଳୀ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲେକମାଳାରେ ସୁସଜିତ ହୋଇଥିଲା ।    ଶନିବାର ପୂବାହ୍ନରେ ଠାକୁର ମନ୍ଦିରକୁ ଫେରିବା ସମୟରେ ଆସତବାଜି ପ୍ରଦର୍ଶନ କରାଯାଇଥିଲା  । ଏହି ଅବସରରେ ବୀରରାମଚନ୍ଦ୍ରପୁର ଗ୍ରାମଟି ଉତ୍ସବ ମୁଖର ହୋଇପଡିଛି  । ଗ୍ରାମ ଦାଣ୍ଡରେ ବିଭିନ୍ନ ଉଠା ଦେକାନୀ ମାନେ ସେମାନଙ୍କର ବେପାର କରିବା ପାଇଁ ପସରା ଖୋଲିଛନ୍ତି ।  ଠାକୁର ମାନେ ଫେରିବା ବାଟରେ କାଠଚକ୍ର ପ୍ରଦର୍ଶୀତ ହୋଇଯାଇଛି । ଖଣ୍ଡି ଶେଷ ସୀମାରେ ଏହି ଆତସବାଜି ପ୍ରଦର୍ଶିନ କରାଯାଇଥାଏ  । ବାଣରେ ନିଆଁ ଲଗାଗଲା ପରେ ଏହା  ବିରାଟଶଦ୍ଧ କରି ଏକ କାଠଦଣ୍ଡ ଅଗ୍ର ଭାଗରେ ଲାଗିଥିବା ଲୁହା ଦଣ୍ଡରେ ବୁଲିଥାଏ  । ଏହା ବୁଲିବା ସମୟରେ ଘୁ ଘୁ ଶଦ୍ଧ କରିବା ସହ କେବଳ ଧୁଆଁ ଦେଖାଯାଏ  । ଏହି ବାଣ ଗୁଡିକ କାଠଗଣ୍ଡିରେ ହୋଇଥିବାରୁ ଏହାର ନାମ କାଠଚକ୍ର ହୋଇଥିବା ଜଣାପଡେ  । ଦୁଇଗଣ୍ଠିରୁ ୬ ଗଣ୍ଠି ପର୍ଯ୍ୟନ୍ତ କାଠଚକ୍ର ବାଣ ତିଆରି କରାଯାଇଥାଏ  । ପୁରାଣ ଶାସ୍ତ୍ର ବା ପୋଥି ଅନୁସାରେ ବାଣ ତିଆରି କରାଯାଇଥାଏ  । ନିମ୍ବ ଓ ଟିଣିଆ ଗଛକୁ କାଟିବା ପରେ କାଠ ଗୁଡିକକୁ ମାପ ଅନୁଯାୟୀ କଟାଯାଇଥାଏ  । ତା ପରେ ମହାରଣାକୁ ଡକାଯାଇ ଭିତର ଅଂଶକୁ ଖୋଳାଯାଇ ପମ୍ପା କରାଯିବା ପରେ ତା ମଧ୍ୟରେ ବାରୁଦ ଦିଆଯାଇଥାଏ  । ଗଣ୍ଠିକୁ ଅଗ୍ନି ସଂଯୋଗ ପାଇଁ ରସବଳିତାର ସହଯୋଗ ନିଆଯାଇଥାଏ  । କାଠର ଦୁଇମୁଣ୍ଡରେ ଲୁହାର ବଳା ଲଗାଯାଇଥାଏ  । ଏବଂ କଣା କରାଯାଇଥିବା କାଠଗଣ୍ଡିରେ ଏକ ମିଶ୍ରଣ ମାଟି ଦିଆଯାଇଥାଏ  । ଏହି ବାଣ ତିଆରି କରିବା ପାଇଁ ପ୍ରାୟ ୧୫ ଦିନରୁ ଏକ ମାସ ଲାଗିଥାଏ  । ସର୍ବନିମ୍ନ ୫ ହଜାରରୁ ୧୫ ହଜାର ଟଙ୍କା ଗୋଟିଏ ଗୋଟିଏ କାଠଚକ୍ରରେ ଖର୍ଚ୍ଚ ହୋଇଥାଏ  । ଠାକୁରଙ୍କ ଠାରୁ ଆଜ୍ଞା ମାଳ ଅଣାଯିବା ପରେ ବାଣ କାଠଦଣ୍ଡରେ ଥୁଆହୋଇଥାଏ  । ବାଣଟି ଯଦି ସଫଳ ଭାବରେ ବୁଲିଥାଏ ତାହେଲେ ସେହି ଖଣ୍ଡିର ଯୁବକ ମାନେ ଆନନ୍ଦ ଉଲ୍ଲାସରେ ଗାମୁଛା ହଲାଇ ଅନ୍ୟ ଖଣ୍ଡି ବାଲାଙ୍କୁ ବାଣ ମାରିବା ପାଇଁ ଉତ୍ସାହିତ କରିଥାନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାଣ ପ୍ରଦର୍ଶୀତ ହୋଇଥିବାର ଦେଖାଯାଇଥିଲା  ।  ମାତ୍ର ଏ ବର୍ଷ ଫାନି ବାତ୍ୟା ଯୋଗୁ ଗ୍ରାମର ଯୁବକ ମାନଙ୍କ ମଧ୍ୟରେ ସେଭଳି ଆଗ୍ରହ ନଥିବାରୁ କାଠଚକ୍ର ବାଣ ସଂଖ୍ୟା କମ ଥିବାର ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts