ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ବିଳନୀ ପାଳିତ ହୋଇଯାଇଛି
ଅତାବିରା------ବରଗଡ଼ ଜିଲ୍ଲା ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଏକ ଅଭିଭାବକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ଓ ଶିକ୍ଷାର ମାନ ବୃଦ୍ଧିରେ ଅଭିଭାବକ ମାନଙ୍କର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଅତବିରା ବ୍ଲକର ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ବନମାଳୀ ବରିହା, ସ୍କୁଲର ପରିଚାଳନା କମିଟିର ଅଧ୍ଯୄକ୍ଷ ବୈକୁଣ୍ଠ ସେଠ,ଶିକ୍ଷକ ସଚ୍ଚିଦାନନ୍ଦ ଧରୁଆ, ପୁଷ୍ପଳତା ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଯୋଗଦେଇ ନିଜନିଜର ମତ ପ୍ରକାଶ କରିଥିଲେ। ବରଗଡରୁ ନବୀନ ଦାଶ