ମହିଳାଙ୍କ ଅଧା ପୋଡା ଶବ ଜବତ କଲା ପୋଲିସ
ଖୋର୍ଦ୍ଧା: ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ର ସରନଈ ନିକଟରୁ ମହିଳାଙ୍କ ଅଧା ଜଳା ଶରୀର କୁ ଉଦ୍ଧାର କରିଛି ପୋଲିସ । ଶରୀର ର ଉପରଭାଗ ଜଳିଯାଇଥିବାରୁ ଚିହ୍ନଟ ହୋଇପାରିନି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଶରୀର ନିକଟରେ ମଦ ବୋତଲ,ପାଣି ପାଉଚ ପ୍ରଭୁତି ପଡି ଥିବା ଦେଖାଯାଇଛି । ପୋଲିସ ତଦନ୍ତ ଜାରି ରଖିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି