ହାତୀବେଶରେ ଦର୍ଶନ କଲେ ଭକ୍ତ; ଏøତିହାସ୍ୟିକ ନାଗାଯାତ୍ରା ଆରମ୍ଭ
ବଳଙ୍ଗା-- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ସମ୍ପର୍କଥିବା ବା ନୀତିକାନ୍ତି ସହିତ ଜଡିତ ଥିବା ପିପିଲି ବ୍ଳକର ରୂପଦେଇପୁର ଗ୍ରାମରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି । ପ୍ରାତଃ ସକାଳୁ ଠାକୁରଙ୍କ ଦେବନୀତି ସରିବା ପରେ ଚତୁଦ୍ଦାମୂତ୍ତିଙ୍କୁ ଖେଚୁଡି ଭୋଗ କରାଯାଇଥିଲା । ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ସ୍ନାନମଣ୍ଡପ ଶୋଧ ଓ ପ୍ରତିଷ୍ଠା କରାଯିବା ପରେ ମଧ୍ୟାହ୍ନରେ ଠାକୁର ମାନଙ୍କୁ ସେବାୟତ ମାନେ ଗୋଟି ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ଏହି ସମୟରେ ତ୍ରାସ, ଛତ୍ରି, ବିଞ୍ଚଣା, ଘଣ୍ଟ, ଘଣ୍ଟି, ମାଦଳବାଦ୍ୟ, ବୀରକାହାଳୀ ସହିତ ଓଡିଶୀନୃତ୍ୟ କରାଯାଇଥିଲା । ପୁଣ୍ୟତୋୟା ଭାର୍ଗବୀ ନଦୀରୁ ୫୮ଟି ସୁବାସିତ କଳସ ଜଳ ସଂଗ୍ରହ କରାଯାଇ ସ୍ତୋତିୟ ବାହ୍ମଣ ମାନଙ୍କ ଦ୍ୱାରା ଜଳକଳସିକୁ ଅଭିମନ୍ତିତ କରାଯାଇଥିଲା । ପୃଥକ ପୃଥକ ଭାବରେ ସେବାୟତ ମାନେ ଚତୁଦ୍ଦାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ । ଏହାପରେ ଠାକୁର ମାନଙ୍କୁ ନୂତନବସ୍ତ୍ର ତୁଳସୀ, ଫୁଲ,ଦ୍ୱୀପ, ଧୂପ, ଚନ୍ଦନ ଓ ଟାହିଆ ଲାଗି କରାଯିବା ପରେ ନୈବେଦ୍ୟ, ଆଳତୀ ଓ ଉପଚାର ନୀତି ସଂର୍ପନ ହୋଇଥିଲା । ପରେ ପରେ ଠାକୁର ମାନଙ୍କୁ ହାତୀ ବେଶରେ ସଜାଇ ଦିଆଯାଇଥିଲା । ଆକପାଖ ୫୦ଟି ଗ୍ରାମର ପ୍ରାୟ ୩ ହଜାରୁ ଉର୍ଦ୍ଦ ଶ୍ରଦ୍ଦାଳୁ ତିନି ଠାକୁରଙ୍କ ହାତୀବେଶ ଦର୍ଶନ କରିବା ସହିତ ଧୂପ, ଦ୍ୱୀପ ଦେଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତ୍ରରେ ଠାକୁରଙ୍କୁ ଅଧରପଣା ଲାଗି କରାଯିବ । ଏହି ଅବସରରେ ମନ୍ଦିର ପାଖରେ ଭୋଗ, ଦ୍ୱୀପ, ଫୁଲମାଳ ଦେକାନ ଖୋଲିବା ସହ ଏକ ଅସ୍ଥାୟୀ ମିନାବଜାର ଘୋଲିଥିଲା । ଗ୍ରାମ୍ୟ କୋଠ ପକ୍ଷରୁ ରାତ୍ରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ପରଠାରୁ ଗ୍ରାମରେ ଗହଳି ଚହଳି ବଡିଯାଇଥିଲା । ଗ୍ରାମରେ ରଙ୍ଗ, ବେରଙ୍ଗର ଆଲୋକମାଳରେ ଝଳସି ଉଠିଥିଲା । ଦୁଇଦିନ ଧରି ଏøତିହାସ୍ୟିକ ନାଗାଯାତ୍ରା ଆରମ୍ଭ ହୋଇଯାଇଛି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି