ଅତାବିରା--- ଏକ ପ୍ୟାକେଟ ବୋମା ବିସ୍ପୋରଣ ଘଟଣା ଘଟିବାର ୧୧ ମାସ ପରେ ବି ଅତାବିରା ଘୋଲିସ ହାତ ଖାଲି ପଡିଛି । ତଦନ୍ତ ନାମରେ ଉକ୍ତ ଘଟଣାର ଫାଇଲି ଏବେ ଶୀତଳଭଣ୍ଡାରରେ ପଡିଥିବା ଜନସାଧାରଣରେ ଏବେ ଆଲେଚନା ହୋଉଛି । ଏପରିକି ଉକ୍ତ କେସର ତଦନ୍ତ ଅଧିକାରୀ ମାନେ ଏହି ୧୧ ମାସ ମଧ୍ୟରେ କେତେଜଣଙ୍କର ବଦଳି ହେବାସହ ଆଉ କେତେଜଣ ଅଧିକାରୀ ଚାକିରିରୁ ଅବସର ନେଇଗଲେଣି । ମାତ୍ର ବୋମା ବିସ୍ପୋରଣ ଘଟଣା ଲୋକ ଲୋଚନକୁ ଆସି ପାରିଲା ନାହିଁ । ଘଟଣାରୁ ପ୍ରକାଶ ଯେ ଅତାବିରା ଥାନା ଅନ୍ତର୍ଗତ ଭାଲୁପତ୍ରା ଆନ୍ଦ୍ରପଡା ଗ୍ରାମର ଜୁଲାଇ ୭ ତାରିଖ ଦିନ ସିଲଚ ନାଗଭୂଷଣଙ୍କ ଘର ପାଚେରୀ ଉପରେ ଏକ ସୁନ୍ଦର ପ୍ୟାକେଟ ଥୁଆ ହୋଇଥିଲା । ତାଙ୍କ ଝିଅ ସ୍ଳୁଲରୁ ଫେରିବା ସମୟରେ ଏହି ପ୍ୟାକେଟଟି ତା ନଜରକୁ ଆସିଥିଲା । ଝିଅ ଘରକୁ ଆସି ତା ବାପାଙ୍କୁ ଏ ସମ୍ପର୍କରେ କହିଥିଲା । ନାଗଭୂଷଣ ସଙ୍ଗେ ସଙ୍ଗେ ଉକ୍ତ ପ୍ୟାକେଟକୁ ଘରକୁ ଆଣି ଖୋଲିଥିଲେ । ପ୍ୟାକେଟ ଖୋଲିବା କ୍ଷଣି ବିରାଟ ଶଦ୍ଦ କରି ଫୁଟିଥିଲା । ସେ ସମୟରେ ନାଗଭୂଷଣ ପୋଡିଯାଇଥିଲେ । ସେବେଠାରୁ ସେ ମୃତ୍ୟ ସହ ସଂଗ୍ରାମ ଜାରି ରଖିଛନ୍ତି । କାରଣ ତାଙ୍କର ଆଖି ଦୁଇଟି ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସମ୍ପର୍ଣ୍ଣ ବିଫଳ ହୋଇଛି । ଅନ୍ୟ ପକ୍ଷେ ପୋଲିସର ଅପରାଗତ ଯୋଗୁ ରାସ୍ତା ଉପରେ ଅତାବିରା ଅଞ୍ଚଳରେ ମଦ ସାଙ୍ଗକୁ ଜୁଆ ଖେଳ ଚାଲିଛି । ମଦ ଓ ଜୁଆ ମାଫିଆ ମାନେ ପ୍ରଶାସନର ଏବେ ଗେଲବସର ପୁଅ ସାଜିଛନ୍ତି । ସେମାନଙ୍କ ବିରୁଧରେ ଜିଲ୍ଲା ଏସପିଙ୍କ ଠାରୁ ଅବକାରୀ ସୁପରିଣ୍ଟେଣ୍ଡକୁ କହିଲେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ଫଳରେକି ଛୋଟ ଛୋଟ ଯୁବକ ମାନେ ଅସମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡିଛି । ନିଶା ଓ ଜୁଆ ଖେଳ ଯୋଗୁ ଅନେକ ପରିବାର ମଧ୍ୟରେ ଅଶାନ୍ତି ଓ ରାହଜାନୀ, ଚୋରି ଡକାୟତି ଆଦି ଘଟଣା ବଡୁଥିବା ଅତାବିରା ଅଞ୍ଚଳର ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି । ମାତ୍ର ନାଗଭୂଷଣକୁ କିଏସେ କହିଁକି ଟାର୍ଗେଟ କରିଥିଲା ତାହା ଏବେ ବି ଅନ୍ଦକାର ମୟ ମଧ୍ୟରେ ରହିଗଲା । ଦେଖାଯାଉ ନାଗଭୂଷଣଙ୍କୁ ଜିଲ୍ଲା ପ୍ରଶାସନ କେବେ ନ୍ୟାୟ ଦେଉଛି ଦେଖିବାକୁ ବାକି ରହିଛି ।
ବରଗଡରୁ ନବୀନ କୁମାର ଦାଶ