Breaking News

ବାଲିଗୁଡାରେ ପୋଲିସ ପକ୍ଷରୁ ମଟରଯାନ ଗୁଡିକ ଯାଞ୍ଚ

 କନ୍ଧମାଳ---- କନ୍ଧମାଳ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ ବେହେରାଙ୍କ ତତ୍ୱାବଧାନରେ ଦୁଇ ଚକିଆ ଓ ଚାରିଚକିଆ ଗାଡି ଗୁଡିକ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ କରାଯାଉଛି । ବିଶେଷ କରି ଗାଡି ନମ୍ବର ପ୍ଳେଟ ନଥିବା, ମଟର ସାଇକେଲରେ ତିନିଜଣ ଯିବା, ଦ୍ରୁତଗତିରେ ଗାଡି ଚଳାଇବା ଓ ନିଶା ସେବନ କରି ଗାଡି ଚଳାଉଥିବା , କାର ଗୁଡିକ ଡ୍ରାଇଭର ମାନେ ସେଫିଟ ବେଲଟ ନ ଲଗାଇ ଥିବା ବ୍ୟକ୍ତି ମାନଙ୍କୁ ଅଟକାଇ ସେମାନଙ୍କୁ ସଚେତନତା କରିବା ସହ ସେମାନଙ୍କ ଠାରୁ ଦୁଇ ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଛି । ଏହି ପ୍ରକିୟା ପ୍ରତିଦିନ ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ରାସ୍ତା ଓ ଛକ ମାନଙ୍କରେ କଡା କଡି ଭାବରେ କରାଯିବ ବୋଲି ଶ୍ରୀ ବେହେରା ଜଣାଇଛନ୍ତି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts