Breaking News

ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଚାବି ପକାଇ ଧାରଣା ଦେଲେ ଗ୍ରାମବାସୀ

 ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ  ଗ୍ରାମବାସୀ ମାନେ ମଙ୍ଗଳବାର ଦିନ ଚାବି ପକାଇ ଧାରଣାରେ ବସିରହିଥିଲେ  ।  । ସୁଚନାଯୋଗ୍ୟ ଯେ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରଟି ୧୯୬୬ ମସିହାରେ ସ୍ଥାପିତ କରାଯାଇଥିଲା  । ପ୍ରାୟ ୮୮ଟି ରାଜସ୍ୱ ଗ୍ରାମବାସୀଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର ଶୀଳ  ।   ସତ୍ୟବାଦୀର  ଜନ୍ମ, ମୃତ୍ୟୁ ପଞ୍ଜିକରଣ. ସତ୍ୟବାଦୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଓ ଡାକ୍ତର ମାନଙ୍କର ଦରମାକରିବା ସହ ,ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କର୍ମଚାରୀ ନିଯୁକ୍ତି ହୋଇଛନ୍ତି । ମାତ୍ର ଦୁଇଜଣ ଡାକ୍ତର କିଛି ସମୟ ପାଇଁ ଏଠାକୁ ଆସନ୍ତି  । ରୋଗୀ ଦେଖିବା ପରେ ପଳାଇଥାନ୍ତି । ଏହାର ସୁଯୋଗ ନେଇ ମେଡିକାଲର କର୍ମଚାରୀ ମାନେ କିଏ ଆସନ୍ତିତ କିଏ ମାସ ମାସ ଧରି ଆସନ୍ତି ନାହିଁ  । ଏପରିକି ବିଇଓ, ବିପିଓ ଏମାନଙ୍କୁ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳେ ନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଏହାକୁ ନେଇ ଅଳଗୁମ, ମଧୁବନ, ନରେନ୍ଦ୍ରପୁର, ସମେଶ୍ୱରପୁର, ଦାସବିଦ୍ୟାଧରପୁର ଆଦି  ଗ୍ରାମର ଶତାଧିକ ଲୋକମାନେ ଦିନ ୧୦.୩୦ରୁ ଦୁଇଜଣ ଡାକ୍ତର ବିଶ୍ୱଜିତି ମିଶ୍ର ଓ ଦେବାଶିଷ କାନୁନଗୋ ଙ୍କ ସହ ଫାର୍ମସିଷ୍ଟ ଓ ମେଡିକାଲର କିଛି କର୍ମଚାରୀଙ୍କୁ ମୁଖ୍ୟ ଗେଟରେ ଚାବି ପକାଇ ଧାରଣାରେ ବସିଥିଲେ  ।  ସେମାନଙ୍କର ଦାବି ପୁରଣ ନହେବା ପର୍ଯ୍ୟନ୍ତ ସେମାନେ ଚାବି ଖୋଲିବେ ନାହିଁ ବୋଲି ଜଣାଇ ଦେଇଥିଲେ  ।  ସାକ୍ଷୀଗୋପାଳ ମେଡିକାଲର ଇନିଚାର୍ଯ୍ୟ ଦାୟତ୍ୱରେ ଥିବା ତଥା ଅଳଗୁମ ମେଡିକାଲ ଇନିଚାର୍ଯ୍ୟ ଦାୟତ୍ୱରେ ଥିବା ଡ. ବାସନ୍ତୀ ଦେବୀ ଉତେଜିତ ଗ୍ରାମବାସୀଙ୍କ ଠାରୁ ଦାବୀପତ୍ର ସିଡିଏମଙ୍କ ଉଦ୍ଦେଁଶରେ ଗ୍ରହଣ କରିଥିଲେ  । ପରେ ପରେ ଧାରଣାରେ ବସିଥିବା ଗ୍ରାମବାସୀ ମାନଙ୍କ ସହ ଆଲେଚନା କରିଥିଲେ  । ଏଠାରେ ଥିବା ଦୁଇଜଣ ଡାକ୍ତର ବିଶ୍ୱଜିତି ମିଶ୍ର ଓ ଦେବାଶିଷ କାନୁନଗୋ  ଦିନ ରାତି ସେମାନଙ୍କ ମଧ୍ୟରେ ପାଳି କରି ଡ୍ୟୁଟି କରିବେ । ଡାକ୍ତର ଖାନାରେ ୬ଟି ବେଡ ପକାଯାଇ ରୋଗୀ ମାନଙ୍କୁ ଚିକିତ୍ସା କରିବାର ବନ୍ଦୋବସ୍ଥ କରାଗଲା  । ଅନ୍ୟ ଦାବୀ ଗୁଡିକ ସାତ ଦିନ ମଧ୍ୟରେ ପୁରଣ କରାଯିବ ବୋଲି ଅଳଗୁମ ମେଡିକାଲର ଇନିଚାର୍ଯ୍ୟ ଡ. ବାସନ୍ତି ଦେବୀ ପତିଶ୍ରୁତି ଦେବା ପରେ ପଡିଥିବା ଚାବି ଖୋଲାଯିବା ସହ ଧାରଣା ଉଠିଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts