ଘର ଭଙ୍ଗା ତାଲିକାରୁ ବାଦ ପଡିଥିବା ପରିବାର ମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ
ଡେଲାଙ୍ଗ--- ଡେଲାଙ୍ଗ ତହସିଲଦାରଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟାନଂ- ୨୩୫୬ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଫନି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ବାସଗୃହ ଗୁଡିକ ବିସୟରେ ତଦନ୍ତ କରାଯାଇ ପ୍ରସ୍ତୁତ କରାଯାଇଛି । ତାହା ଆଗାମୀ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସକାଳ ୧୦ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପପ୍ରଦର୍ଶିତ କରାଯିବ । ଯଦି ତାଲିକାରେ କିଛି ଭୁଲ ଥାଏ ପରିଲକ୍ଷିତ ହେବ ତା ହେଲେ ତାର ସଂଶୋଧନ ହିତାଧିକାରୀ ମାନେ ଅଭିଯୋଗ କରି ପାରିବେ । ସେହିପରି ବାଦ ପଡିଥିବା ଯୋଗ୍ୟ ହିତାଧିକାରୀ ମାନେ ନିର୍ଦ୍ଦାରିତ ଆବେଦନପତ୍ର ପୂରଣ କରି ପଞ୍ଚାୟତରେ ସବୁଜ ରଙ୍ଗର ବାକ୍ସରେ ପକାଇ ପାରିବେ । ତାଲିକାରେ ସ୍ଥାନ ପାଇଥିଲେ ମଧ୍ୟ ଗୃହ ଭଙ୍ଗାର ପରିମାଣ ଭୁଲ ଭାବେ ପ୍ରଦର୍ଶିତ ହୋଇଥିଲେ , ହିତାଧିକାରୀ ମାନେ ନିର୍ଦ୍ଦାରିତ ଆବେଦନପତ୍ର ପଞ୍ଚାୟତରେ ଥିବା ନାଲି ରଙ୍ଗର ବକ୍ସରେ ପକାଇବା ପାଇଁ ଜନସାଧାରଣଙ୍କୁ ଅବଗତି କରାଯାଇଛି । ନାଲି ଓ ସବୁଜ ରଙ୍ଗର ବାକ୍ସ ଗୁଡିକରୁ ମିଳିଥିବା ଦରଖାସ୍ତ ଗୁଡିକ ଯାଞ୍ଚ କରାଯାଇ ହିତାଧିକାରୀ ତାଲିକାରେ ସଂଶୋଧନ କରାଯିବ ବୋଲି ତହସିଲଦାର ରାଜେନ୍ଦ୍ର କୁମାର ଆଚାରୀଆଙ୍କ ଠାରୁ ପ୍ରକାଶ । ସେହିପିର ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି