ଓଡଗାଁ କଲେଜ +୨ ପରୀକ୍ଷା, ପାସ ହାର ୭୭ରୁ ଅଧିକ ; ୧୫ଜଣଙ୍କ ମାର୍କସିଟରେ ଇଂରାଜୀ ଫଳ ଶୁନ୍ୟ ରହିଛି
ଓଡ଼ଗାଁ---- ମାଧ୍ୟମିକ ଶିକ୍ଷାପରିହଦ ଓଡିଶାଙ୍କ ଦ୍ୱାରା ନିୟନ୍ତ୍ରୀତ +୨ କଳା ବାଣିଜ୍ୟ ଓ ଧନ୍ଦାମୂଳକ ପରିକ୍ଷାଫଳ ଶୁକ୍ରବାରଦିନ ଅପରାହ୍ନରେ ପ୍ରକାଶ ପାଇଥିଲା । ସମଗ୍ର ଓଡିଶାରେ କଳାରେ ପାସହାର ଶତକଡା ୬୫.୮୯ ହୋଇଥିବା ବେଳେ ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟଳୟରେ ପାସ ହାର ଶତକଡା ୭୭.୦୫ ହୋଇଛି । ତେବେ ୧୬୬ ରୋଲନମ୍ବର ଠରୁ ୧୮୦ ପର୍ଯ୍ୟନ୍ତ ୧୫ଜଣ ଛାତ୍ରଛାତ୍ରୀଙ୍କର ଇଂରାଜି ପେପରରେ ପରିକ୍ଷା ଦେଇ ମଧ୍ୟ ମାର୍କସିଟରେ ଇଂରାଜି ପେପରରେ କୋ÷ଣସି ମାର୍କ ରହିନଥିବା ଦେଖିବାକୁ ମିଳିଛି । ଫଳରେ ବର୍ତମାନ ସୁଧା ଏହି ୧୫ ଜଣ ଛାତ୍ର ଛାତ୍ରୀ ଫେଲ କିମ୍ବା ପାସ କରିଛନ୍ତି ତାହା ସନେ୍ଧହ ମଧ୍ୟରେ ରହିଛି । ଏହିକାରଣରୁ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କ ଅବିଭାବକ ମାନେ ଚାପରେ ରହିଥିବା ଜଣା ଯାଇଛି । ଅଭିଯୋଗ ପାଇବା ପରେ ଅଧ୍ୟକ୍ଷ ଅଶ୍ୱିନୀ କମାର ନାୟକ ଏ ସଂକ୍ରାନ୍ତରେ ଚିଠିମାଧ୍ୟମରେ ବିଭାଗୀୟ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏମାନଙ୍କର ପରିକ୍ଷା ଫଳ ଖୁବ ଶିଘ୍ର ପ୍ରକାଶ କରିବା ପାଇଁ ଅନୁରୋଧ କରିଥିବା ଜଣାପଡିଛି । ଚଳିତ ବର୍ଷ ଏହି କଲେଜର +୨କଳାରେ ୨୧୪ଜଣ ପରିକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣିରେ ୫୦ଜଣ, ୨ୟରେ ୪୭, ୩ୟ ଶ୍ରେଣୀରେ ମୋଟ ୧୧୭ଜଣ ପାସ କରିଛନ୍ତି । ଧନ୍ଦାମୁଳକ ଶିକ୍ଷାରେ ୪୭ଜଣ ପଲାଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭ଜଣ, ୨ୟରେ ୯ଜଣ ଏବଂ ୩ୟ ଶ୍ରେଣୀରେ ୮ଜଣ ମୋଟ୨୪ଜଣ ପରିକ୍ଷାର୍ଥ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।ଯୁକ୍ତ ଦୁଇ କଳାରେ ୪୯୪ ନମ୍ବର ରଖି ସୋନାଲି ମହାରଣା କଲେଜରେ ଶୀର୍ଷସ୍ଥାନ ଅଧିକାର କରିଥିବା ବେଳେ ୪୬୬ ନମ୍ବର ରଖି ଶୁଭଶ୍ରୀ ମହାନ୍ତି ୨ୟ ଏବଂ ୪୬୫ ମମ୍ବର ରଖି ଚିନ୍ମୟୀ ବେହେରା ଓ ପୁଷ୍ପାଞ୍ଜଳୀ ମହାପାତ୍ର ଯୁଗ୍ମ ଭାବେ ୩ୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।
ଓଡଗାଁରୁ ସୁଦିପ୍ତ କୁମାର ଦଳାଇ
ଓଡଗାଁରୁ ସୁଦିପ୍ତ କୁମାର ଦଳାଇ