ବରାତି ବାଣ ପଡି ଜଳିଗଲା ପାଳଗଦା; ଅଳ୍ପକେ ବତ୍ତିଗଲେ ପଡାବାସୀ
ଅତାବିରା--- ସମ୍ବଲପୁର ବରମ୍ପପୁରାରୁ ଏକ ବରାତି ଅତାବିରା ବ୍ଳକର ଲହଣ୍ଡା ଗ୍ରାମ ପଞ୍ଚାୟତର ନିଲେଇପାରି ସ୍ଳୁଲ ପଡା ଅଭିମୁଖେ ଯାଉଥିଲା । ସେମାନେ ବାଣ ଫୁଟାଇ ବାଜା ବଜାଇ ନାଚ ମଜାମଜଲିସିରେ ଯାଉଥିଲେ । ମାତ୍ର ସେମାନେ ମାରୁଥିବା ବାଣ ନିଆଁ ପଡି ଗୋପାଳକ ଚକ୍ରଧର ଭୋଇଙ୍କର ଏକ ବିରାଟ ପାଳଗଦା ଜଳି ଯାଇଛି । ଖରା ପ୍ରବଳ ଯୋଗୁ ପାଳ ଗଦାଟି ସମ୍ପର୍ଣ୍ଣ ଶୁଖିକି ରହିଥିଲା । ବାଣ ନିଆଁ ପଡିବା ମାତ୍ରେ ପାଳଗଦାଟି ହୁ ହୁ ହୋଇ ଜଳି ଉଠିଥିଲା । ଗାଁ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହେବାରୁ ଅତାବିରା ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା ।ସେମାନେ ଅନ୍ୟ ଏକ ଅଗ୍ନିକାଣ୍ଡ ଘଟଣାରେ ଯାଇଥିବାରୁ ବୁର୍ଲା ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା । ବୁର୍ଲା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ପାଳଗଦା ବଡ ହୋଇଥିବାରୁ ତାହା ମଧ୍ୟରେ ନିଆଁ ରହିଯାଇଥିଲା । ଖରାତାତି ହେବା ପରେ ଭିତରେ ଭିତରେ ନିଆଁ କୁହୁଳି କୁହୁଳି ଜଳି ଉଠିଥିଲା । ବର୍ଷାଦିନରେ ଗୋରୁଙ୍କ ପାଇଁ ଚକ୍ରଧର ପ୍ରାୟ ୧୨ ଏକର ଜମିର ପାଳଗଦା କରି ରଖିଥଲେ । ଏବେ ସବୁ ଜଳି ଗଲାପରେ ଚକ୍ରଧର ଚିନ୍ତାରେ ବର୍ଷା ଦିନରେ ଗୋରୁ ଖାଇବେ କ’ଣ । ସରକାର ନଜର ଦେବାକୁ ଚକ୍ରଧର ନାଦୀ କରିଛି ।
ବରଗଡରୁ ନବୀନ କୁମାର ଦାଶ
ବରଗଡରୁ ନବୀନ କୁମାର ଦାଶ