ଆଠ କିଲୋମିଟର ରାସ୍ତାକୁ ଅଗ୍ନିଶମ ଗାଡିକୁ ଲାଗିଲା ଦେଢ଼ଘଣ୍ଟା
ଜଟଣୀ--- ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଥିଲା । ଜଟଣୀ ଠାରୁ ଅଗ୍ନିକାଣ୍ଡର ଦୂରତା ହୋଉଛି ମାତ୍ର ଆଠ କିଲୋମିଟର । ଜଟଣୀ ଅଗ୍ନିଶମ ଗାଡିକୁ ଦେଢ଼ଘଣ୍ଟା ଲାଗିଲା ବୋଲି ଗ୍ରାମବାସୀ ମାନେ କହନ୍ତି । ଯାହା ଫଳରେକି ଅଗ୍ନିକାଣ୍ଡକୁ ଗ୍ରାମବାସୀ ମାନେ ମିଳିତ ଭାବେ ଆୟତ୍ତ କରିଥିଲେ । ସହିଦ ଖାନ, ଜାହିର ଖାନ ଓ ସାବୀର ଖାନା ଏହି ପରିବାରଙ୍କର ବାତ୍ୟାରେ ଘର ସମ୍ପର୍ଣ୍ଣ ଉଡି ଯାଇଥିଲା । ପଲିଥିନି ପକାଇ ଉକ୍ତ ପରିବାର ପ୍ରାୟ ୪୦ ଦିନ ରହିବା ପରେ ବୁଧବାର ଦିନ ନଡା ଛପର କରିଥିଲେ । ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି