Breaking News

ଥଣ୍ଡା ପାନୀୟ ଜଳ ଯୋଗାଣର ଉଦଘାଟନ

 ଅତାବିରା-- ବରଗଡ ଜିଲ୍ଲାର ଅତାବିରା ବ୍ଳକର ଦୁଲମପୁର ଠାରେ ସର୍ବସାଧାରଣଙ୍କ ପାଇଁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ଏହି ଥଣ୍ଡା ପାନୀୟ ଜଳ ମେସିନକୁ ସ୍ଥାନୀୟ ଲାୟନସ୍ କ୍ଳବ ଗୋଡଭଗା ରୟାଲ ଅନୁଷ୍ଠାନ ଯୋଗଇ ଦେଇଛି । ଖରାକୁ ନଜର କରି ଏବଂ ଲୋକମାନଙ୍କର ଚାହିଦାକୁ ଦେଖି ଉକ୍ତ ମେସିନଟି ଲଗାଯାଇଛି । ଆଜି ଉଦ୍ଘାଟନ ଉତ୍ସବରେ ଅନୂୁଷ୍ଠାନର ଡି.ଜି ଦୁର୍ଗା ପ୍ରସାଦ ଶର୍ମା ଓ ଗୋଡଭଗା ଥାନା ଅଧିକାରୀଙ୍କ ସହ ଅନ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ଶ୍ରୀଫଳ ବାଡେଇ ମେସିନଟିକୁ ଉଦ୍ଘାଟନ କରିଥିଲେ  ।
ବରଗଡରୁ ନବୀନ ଦାଶ 

Blog Archive

Popular Posts