Breaking News

ଫାନି ଗାଁ ଗଣ୍ଡା ଗୁଡିକୁ ୫୦ ବର୍ଷ ତଳକୁ ଠେଲି ଦେଇଛି; ଲଣ୍ଠନ ଓ ଡିବି ହୋଇଛି ଭରଷା

ସାକ୍ଷୀଗୋପାଳ ----ସାମୁଦ୍ରିକ ବାତ୍ୟା ଫାନି ଯିବାର ୫୦ ଦିନ ପରେ ବି ଗାଁ ଗଣ୍ଡାରେ ଇଲେକ୍ଟି ପହଞ୍ଚି ପାରିନାହିଁ  । ଯାହାକି ଲୋକମାନଙ୍କୁ ୫୦ ବର୍ଷ ତଳକୁ ଫାନି ଠେଲି ଦେଇଛି ବୋଲି ଲୋକମାନେ କହୁଛନ୍ତି । ସଂଧ୍ୟା ହେଲେ ପରିବାରର ମହିଳା ମାନେ  ଡିବି ଓ ଲଣ୍ଠନ ସଜାଡି ରଖୁଛନ୍ତି । ସେ ଯାହା କିଛି ହେଉନା କାହିଁକି ରାଜ୍ୟ ସରକାର କିରୋସିନ ଯୋଗାଇ ଦେଇଛନ୍ତି ।   ପଚାଶ ବର୍ଷ ତଳେ ଗାଁ ଗଣ୍ଡାରେ ଲୋକମାନେ ଯେଉଁପରି ଚଳୁଥିଲେ ଫାନି ଏବେ ସେହି ପରି ଚଳିବାକୁ ବାଧ୍ୟ କରିଛି । ଗ୍ରାମରେ ବସବାସ କରୁଥିବା କିଛି ରୋଗୀ ଲୋକମାନେ ଗାଁ ଛାଡି ଅନ୍ୟ ଠାରେ ରହୁଥିବାର ଜଣାପଡିଛି । ଅନ୍ୟ ପକ୍ଷେ ବିଦ୍ୟାଳୟ ଗୁଡିକ ଛୁଟି ପରେ ଖୋଲିଯାଇଛି । ପାଠ ପଢ଼ା ଆରମ୍ଭ ହୋଇଯାଇଛି । ପିଲା ମାନେ ସଂଧ୍ୟା ହେଲେ ଲଣ୍ଠନ ଓ ଡିବି ଧରି ପାଠ ପଢ଼ୁ ଥିବାର ଦେଖାଯାଇଛି । ଅନ୍ୟ ପକ୍ଷେ ଫାନିରେ କ୍ଷତିଗସ୍ତ ପରିବାରଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସୌର ଚାଳିତ ଲଣ୍ଠନ ଯୋଗାଇ ଦେଇଛନ୍ତି । ଯାହାକି ସେ ଗୁଡିକ ପିଲାଙ୍କ ପାଇଁ ବହୁ କାମରେ ଆସୁଛି । ସଂଧ୍ୟା ହେଲେ ଗ୍ରାମ ଗୁଡିକ ନୀରବ ହୋଇଯାଉଛି  । ଯୁଆଡେ ଦେଖିବ ସିଆଡେ ଅନ୍ଦକାରମୟ  । ଅନ୍ୟପକ୍ଷେ ସରୀସୃପଙ୍କ ଭୟ  । ସଧ୍ୟା ହେଲେ ଘରୁ ଲୋକମାନେ ଭୟରେ ବାହାରକୁ ଯାଉନାହାନ୍ତି ।  ବିଶେଷ କରି ସତ୍ୟବାଦୀ ବ୍ଳକରେ କିଛି ଗ୍ରାମ ରହିଛି ଯେଉଁଠିକି ବିଦ୍ୟୁତ ଖୁଣ୍ଠ ଯାଇନାହିଁ  । ଫାନି ବାତ୍ୟାର ସାକ୍ଷୀ ଭାବରେ ଭଙ୍ଗା ବିଦ୍ୟୁତ ଖୁଣ୍ଠ ଗ୍ରାମ ଦାଣ୍ଡରେ ପଡିଛି । ସୁଚନାଯୋଗ୍ୟ ଯେ ଶୁକଳ ଗ୍ରାମ ପଞ୍ଚାୟତର ଶୁକଳ ବଡପଡା ଗ୍ରାମବାସୀ ମାନେ ମିଳିତ ହୋଇ ବିଦ୍ୟୁତ ଖୁଣ୍ଠ ନେବା ସମୟରେ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ହୋଇଥିଲା  । ତା ପରଠାରୁ ଗ୍ରାମକୁ ବିଦ୍ୟୁତ ଆସିବା ନିଶା ଗ୍ରାମର ଯୁବକ ମାନଙ୍କ ମନରୁ ଉଭେଇ ଯାଇଛି । ଉକ୍ତ ଗ୍ରାମକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଠ ଯାଇନାହିଁ  । ତେଣୁ ସେ ଗ୍ରାମକୁ କେବେ ବିଦ୍ୟୁତ ସଂଯୋଗ କରାଯିବ ତାହା ବିଭାଗୀୟ ଅଧିକାରୀ ମାନେ କିଛି କହି ପାରୁ ନାହାନ୍ତି । ବିଶେଷ ସୁତ୍ରରୁ ଜଣାପଡିଛି ଯେ ବିଦ୍ୟୁତ ବିଭାଗ ଅଧିକାରୀ ମାନେ ସେମାନଙ୍କ ଜିଦରେ ଅଟଳ ଗ୍ରାମବାସୀ ମାନେ ବିଦ୍ୟୁତ ଖୁଣ୍ଠ  ଓ ତାର ନେବା ସହ ବିଦ୍ୟୁତ କୁଣ୍ଠ ଗାତ ଖୋଳି ପୋତିବା ପରେ ଯାଇ ସେ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଜଣାପଡିଛି  । ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିନରେ ଏବେବି ପ୍ରାୟ ଶତାଧିକ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇନାହିଁ  । ସତ୍ୟବାଦୀରେ ପ୍ରତିଦିନି ବିଦ୍ୟୁତ କାଟ କରାଯାଉଛି । ବିଦ୍ୟୁତ ବିଭାଗ ଯାହା କିଛି କଲେ ଫାନି ଯୋଗୁଁ ସବୁ ସେମାନଙ୍କୁ ମାଫ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି । ସେହିପରି ବିଦ୍ୟୁତ ଖୁଣ୍ଠ ନେବା ସମୟରେ ଦୁର୍ଘଟଣା ଘଟିବା ପରେ ମଧ୍ୟ ବିଦ୍ୟୁତ ବିଭାଗର ଚେତା ପଶିନାହିଁ ପୁନର୍ବାର ଗ୍ରାମର ଯୁବକ ମାନଙ୍କ ଦ୍ୱାରା ବିଦ୍ୟୁତ ଟ୍ରାନସଫରମର ଅଟୋରେ ନେବା ଆଣିବା କରୁଛନ୍ତି । ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଜନସାଧାରଣରେ ଆଲେଚନା ହୋଉଛି । ସ୍ଥାନୀୟ ବିଧାୟକ ତୁରନ୍ତ ଏ ଘଟଣା ସମ୍ପର୍କରେ ନଜର ଦେବାକୁ ଜନସାଧାରଣରେ ଦାବୀ କରାଯାଇଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



Blog Archive

Popular Posts