ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଜନସାଧାରଣ
ଅତାବିରା--- ବରଗଡ- ସମ୍ଭଲପୁର ରାସ୍ତାର ଅତାବିରା ଏନଏସିର ନ୍ୟାୟାଳୟ ସାମ୍ନାରେ ଏକ ଟ୍ରକ ସର୍ଭିସ ରୋଡ ଉପରେ ଚଡି ଆରପଟକୁ ଚାଲିଗଲା । ଯାହା ଫଳରେକି ସେ ସମୟରେ ଯାଉଥିବା ଲୋକମାନେ ପାଖେଇ ଯିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଲା ବୋଲି ଜନସାଧାରଣରେ ଆଲେଚନା ହୋଉଛି । ଅସମ୍ବର୍ଣ୍ଣ ଓ ତୁଟିପୂର୍ଣ୍ଣ ରାସ୍ତା କାମ ଯୋଗୁ ଉକ୍ତ ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବାର ଜନର ରହିଛି । ଶନବିାର ୧୨.୪୫ରେ ଏକ ଟ୍ରଲର ଗାଡି ହଠାତ ବ୍ରେକ ମାରି ଦେବାରୁ ତା ପଛରେ ଆସୁଥିବା ଏକ ଟ୍ରକ ଟ୍ରଲର ପଛରେ ମାଡ ହୋଇ ପାଖରେ ଥିବା ସର୍ଭିସ ରୋଡକୁ ଧସେଇ ପଶିଯାଇଥିଲା । ଏହିପରି ବାରମ୍ବାର ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନାହିଁ ବୋଲି ସ୍ଥାନୀୟ ଜନସାଧାରଣରେ ଆଲେଚନା କରୁଛନ୍ତି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ