ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯିବ : ଗଣଶିକ୍ଷାମନ୍ତ୍ରୀ
ଓଡଗାଁ------ ରାଜ୍ୟରେ ବିଦ୍ୟାଳୟ ସ୍ତରରେ ପାସ ଫେଲ ପ୍ରକ୍ରିୟା ନଥିବାରୁ ଛାତ୍ରଛାତ୍ରୀ ପାଠପଢାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଜଣାପଡିଛି । ଏହି ସମସ୍ୟାର ସମାଧାନ ନିମନ୍ତେ ପଞ୍ଚମ ଶ୍ରେଣୀ, ଅଷ୍ଟମ ଶ୍ରେଣୀରେ ପାସ ଫେଲ ବ୍ୟବସ୍ଥା ଲାଗୁକରାଯିବା ନିମନ୍ତେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ଯଦି ଫେଲ ହୁଅନ୍ତି ତେବେ ଉଚ୍ଚ ଶ୍ରେଣୀରେ ଅଧ୍ୟୟନ କଲେ ମଧ୍ୟ ଫେଲ ହୋଇଥିବା ପରୀକ୍ଷାରେ ପୁଣିଥରେ କୃତକାର୍ଯ୍ୟ ହେବା ଜରୁରୀ । ଏପରି ପଦକ୍ଷେପକୁ ସବୁମହଲରେ ସ୍ୱାଗତ କରାଯାଇଛି। ଓଡଗାଁରୁ ସୁଦୀପ୍ତ କୁମାର ଦଳାଇ