ଓଡଗାଁରେ ବିଶ୍ୱ ଯୋଗ ଦିବସ ପାଳିତ

ଆହ୍ୱନ ଦେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ୨୦୧୫ ମସିହା ଜୁନ ୨୧ ତାରିଖ ଠାରୁ ପ୍ରଥମ କରି ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଆସୁଅଛି ।ଏବେ ବିଭିନ୍ନ ଦେଶ ଏହାକୁ ସମର୍ଥନ କରି ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଅନୁମତି ପ୍ରଦାନ କରିଛି । ଯୁଗସୃଷ୍ଟି ହେବା କାଳରୁ ଭାରତ ବର୍ଷରେ ପ୍ରଚଳିତ ଯୋଗ ଏବେ ସମସ୍ତଙ୍କର ଆଶା ଭରଷା । ଯୋଗ ଦୈନ୍ୟଦିନ ଜୀବନ ଚର୍ଯ୍ୟାରେ ଶରୀରକୁ କାର୍ଯ୍ୟ କରିବାର ଶକ୍ତି ଯୋଗାଇଥାଏ । ଆତ୍ମା ଓ ମତିଷ୍କ ମଧ୍ୟରେ ସନ୍ତୁଳତା ବଜାଇ ରଖେ । ଶରିରର ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ମନ ଶାନ୍ତ ଓ ସୁଶିିତଳ ରହିବା ସହିତ ଏକାଗ୍ରତା ବଯାୟୀରଖେ । ଅନେକ ସମସ୍ୟାରୁ ମୁକ୍ତ କରିଥାଏ ଯୋଗ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏବଂ ଶିବିରକୁ ପରିଚାଳନା କରୁଥିବା ସଂଚାଳକମାନେ ଶିବିରାର୍ଥୀ ମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ । ଶାରିରୀକ ବିକାଶ ସହିତ ବୈାଦ୍ଧିକ ବିକାଶ ପାଇଁ ଯୋଗର ଆବଶ୍ୟକତା ରହିଛି । ବୋଲି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବସନ୍ତ କୁମାର ମିଶ୍ର କହନ୍ତି । ସ୍ୱାସ୍ଥ୍ୟହିଁ ସୁନ୍ଦର ତେଣୁ ସାମଗ୍ରୀକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ଡା. ସୁଭେନ୍ଦୁ କୁମାର ନନ୍ଦ, ଓଡଗାଁ କହନ୍ତି । ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନ ଶିଳତାର ଶକ୍ତି ବୃଦ୍ଧି ସହ ଚାପରୁ ମୁକ୍ତି ପାଇବାକୁ ହେଲେ ଯୋଗ ଏକମାତ୍ର ଉପାୟ ବୋଲି ଅଶ୍ୱିନୀ କୁମାର ନାୟକ, ଅଧ୍ୟକ୍ଷ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡଗାଁର କହନ୍ତି ।
ଓଡଗାଁରୁ ସରସ କୁମାର ମିଶ୍ର