Breaking News

ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ଆନ୍ତଜାର୍ତୀୟ ଯୋଗ ଦିବସ ପାଳନ

ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ପତଞ୍ଜଳି ଯୋଗ ସମିତି ସତ୍ୟବାଦୀ ଶାଖା ପକ୍ଷରୁ ଆନ୍ତଜାର୍ତୀୟ ଯୋଗ ଶବିର ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଯୋଗ ଶିବିରଟିକୁ  ସତ୍ୟବାଦୀ ବଳ୍ରର ୩୨ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ  । ଯୋଗ ଗୁରୁ ସୁବାଷ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ଶିକ୍ଷା ପ୍ରତିଦିନ କରିବା ଆମ ପାଇଁ ହିତକାର ବୋଲି କହିଥିଲେ  । ଯୁଗସୃଷ୍ଟି ହେବା କାଳରୁ ଯୋଗ ରହିଛି ବୋଲି କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ଦାଶ, କୌଳାସ ଚନ୍ଦ୍ର ମିଶ୍ର, ପ୍ରତାପ ମହାଭୋଇ ଓ ବିଷ୍ଠୁ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଶିକ୍ଷା କରିଥିଲେ  । ସେହିପରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳି ହୋଇଯାଇଛି । ଏହି ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ଭବ୍ମ ପ୍ରଧାନ ଓ ସତ୍ୟବାଦୀ ବ୍ଳକର ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ପ୍ରଦୀପ ପ୍ରଜ୍ୱଳନ କରି ଯୋଗ ଶିବିରକୁ ଉଦ୍ଘାଟନ କରିଥିଲେ  । ବିଦ୍ୟାଳୟର ୨୫ ଜଣ ଏନ.ସି.ସି କ୍ୟାଡରର ଛାତ୍ର ମାନେ ଯୋଗ ଶିକ୍ଷା କରିଥିଲେ  । ବିଦ୍ୟାଳୟର ଏନ.ସି.ସି ଶିକ୍ଷକ ବିଜୟ କୁମାର ପରିଡା ଶିବିରଟିକୁ ପରିଚାଳନା କରିଥିଲେ  । ସେହିପରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ କ୍ଳବ ମାନଙ୍କରେ ବିଶ୍ୱ ଯୋଗ ଶିବିର ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts