ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ ପ୍ରତିନିଧି ଦଳ ଭେଟିଲା କୃଷି ଓ ପଶୁ ସମ୍ପଦ ମନ୍ତ୍ରୀଙ୍କୁ
ପିପିଲି--- ରାଜ୍ୟ ସରକାରଙ୍କ କୃଷି ଭବନ ପ୍ରକୋଷ୍ଠରେ କୃଷି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ବିାଗୀୟ ସଚ୍ଚିବ ବିଶ୍ୱାଳ ଗଗନଙ୍କୁ ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ୧୦ ଜଣିଆ ପ୍ରତିନିଧ ଭେଟିଛନ୍ତି । ଫନିରେ କ୍ଷତିଗସ୍ତ କୁକୁଡା ଚାଷୀଙ୍କୁ ପୁନରୁଦ୍ଦାର କରିବା ପାଇଁ ସ୍ୱତନ୍ତ ବୈଠକରେ ଯୋଗଦେଇଥିଲେ । ଏହି ପ୍ରତିନିଧି ଦଳ ମନ୍ତ୍ରୀ ଓ ସଚ୍ଚିବଙ୍କ ନିକଟରେ ରାଜ୍ୟ ସରକାର କରିଥିବା ନିୟମରେ କେତକ କୁକୁଡା ଚାଷୀ ମାନେ ସାମିଲ ହୋଇ ପାରିବେ ନାହିଁ । ଏହା ସହିତ ଏହି ନିୟମରେ କେତକ ସମସ୍ୟା ରହିଥିବା ପ୍ରତିନିଧି ଦଳ ସୂଚନା ପ୍ରକାଶ ପରିଥିଲେ । କୁକୁଡା ଚାଷୀ ମାନେ ସେମାନଙ୍କର ହାତ ପାଣ୍ଠି ଓ ବ୍ୟାଙ୍କ ଋଣ ମାଧ୍ୟମରେ ଚାଷୀ ମାନଙ୍କ ପାଇଁ ଗୋଟିଏ ନିୟମ ରହିବା ଦରକାର । ଏହାକୁ ମନ୍ତ୍ରୀ ଓ ସଚ୍ଚିବ ଏକମତ ହୋଇ କରାଯାଇଥିବା ଗାଇଡି ଲାଇନିରେ ସଂଯୋଗ କରାଗଲା । ଦୁଇଦିନ ମଧ୍ୟରେ ସମସ୍ତ କୁକୁଡା ଚାଷୀ ମାନଙ୍କୁ କାର୍ଯଦେଶ ଦେଇ ପୁନରୁଦ୍ଦାର ପାଇଁ ତ୍ୱରାନିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହି ପ୍ରତିନିଧି ଦଳରେ ପିପିଲି, ଡେଲାଙ୍ଗ, କଣାସ, ଜଟଣୀ, ଖୋର୍ଦ୍ଧା, ନିମାପଡା, ପୁରୀ ଭବାନୀ ପାଟଣା ଆଦି ବ୍ଳକର ପ୍ରତିନିଧି ମାନେ ସାମିଲ ହୋଇଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର