Breaking News

କୃଷି ଓ କୃଷକ ସଶକ୍ତିକରଣ ପକ୍ଷରୁ ସ୍ବାଗତ ସମ୍ଵର୍ଦ୍ଧନା କାର୍ଯ୍ଯକ୍ରମ

ଓଡଗାଁ ----- ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଫିସଫେଡ ଦ୍ୱାରା ଆୟୋଜିତ ହୋଇଥିବା ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ 5ଟି ନିୟମକୁ ( ସମୂହକାମ, ସ୍ୱଚ୍ଛତା, ଜ୍ଞାନକୌଶଳ, ଠିକୃ ସମୟରେ କାର୍ଯ୍ୟ କରିବା, ଏବଂ ରୂପାୟନ) ପାଳନ କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଫିସଫେଡର ସମସ୍ତ ପ୍ରାଥମିକ ସମବାୟ ସମିତି ଗୁଡିକୁ କିପରି ସୁଦୃଢ କରାଯାଇପାରିବ, ମାଛର ରପ୍ତାନୀ ୩୫୦୦କୋଟି ଟଙ୍କାରୁ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି । ପ୍ରତ୍ୟେକ ଗ୍ରାମପଞ୍ଚାୟତ ପୋଖରୀକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ମାଛଚାଷ କରିବାପାଇଁ ପ୍ରତ୍ସାହନ, ଏମ୍ ଏନ୍ ଜି ଆର୍ ଏସ୍ ହୋଇଥିବା ଫାର୍ମ ପୋଖରୀରେ ମାଛଚାଷକୁ ଗୁରୁତ୍ୱ ଦେଇ ରାଜ୍ୟକୁ ଏକ ସ୍ୱାବଲମ୍ବୀ ଅଗ୍ରଣୀରାଜ୍ୟ ରୂପେ ପରିଣତ କରି ରାଜ୍ୟର ଆର୍ଥିକସ୍ଥିତି କିପରି ସୁଦୃଢ ହୋଇପାରିବ ଆଲୋକପାତ କରିଥିଲେ ।ଛତିଶଗଡ ଓ ତେଲେଙ୍ଗାନାରେ ବେଳାଭୂମି ନଥାଇ ମଧ୍ୟ କିପରି ସେମାନେ ମାଛଚାଷର ଉନ୍ନତି କରୁଛନ୍ତି ତା’ର ପଥ ଅନୁସରଣ କରିବାକୁ ମତ୍ସ୍ୟ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜି ଯେଉଁଭଳି ଭାବରେ ଓମଫେଡ୍ ପୁରପଲ୍ଲୀରେ ପରିଚିତ ହୋଇଛି, ସେହିପରି ଫିସଫେଡର ନାମକୁ ସମସ୍ଥଙ୍କ ଘରେ ପରିଚିତ କରାଇବା ଆମର ଲକ୍ଷ୍ୟ ହେଉ ବୋଲି ସମସ୍ତ କର୍ମଚାରୀଙ୍କୁ ସଂକଳ୍ପ କରାଇଥିଲେ ।  ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିବା ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ ଗଗନ କହିଥିଲେ ଯେ ପ୍ରାଥମିକ ସମବାୟ ସମିତିମାନେ ହେଉଛନ୍ତି ଉନ୍ନତିର ମୂଳଦୁଆ । ତେଲେଙ୍ଗାନାରେ ବେଳାଭୂମି ନଥାଇ ମଧ୍ୟ ପ୍ରାୟତଃ ୫ ହଜାର ପ୍ରାଥମିକ ସମବାୟ ସମିତି କାର୍ଯ୍ୟ କରୁଥିବା ବେଳେ ଓଡିଶାରେ ମାତ୍ର ୭୩୨ଟି ପ୍ରାଥମିକ ସମବାୟ ସମିତି କାର୍ଯ୍ୟ କରୁଛି । ଓଡିଶାର ୧୨ହଜାରରୁ ଅଧିକ ମତ୍ସ୍ୟ ସମବାୟ ସମିତି ଥିବାବେଳେ ଏହା କିପରି ବୃଦ୍ଧି କରାଯାଇ ସମସ୍ତଙ୍କୁ ପୁନଃ କାର୍ଯ୍ୟକ୍ଷମ କରାଯିବ ସେହି ଉପରେ ଉପସ୍ଥିତ କର୍ମଚାରିଙ୍କୁ ଉପଦେଶ ଦେଇଥିଲେ। ମତ୍ସ୍ୟ ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି , ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀମାନଙ୍କର ଉନ୍ନତି ଓ ମତ୍ସ୍ୟଜୀବୀମାନଙ୍କର ମାଛ ଉତ୍ପାଦନ ବୃଦ୍ଧି ଏବଂ ଆର୍ଥିକ ମାନଦଣ୍ଡର ବିକାଶ କିପରି ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ ।  ଫିସଫେଡ ଓ ଫିସକେପଫେଡର ସଭାପତି ଟି ପ୍ରସାଦ ରାଓ ଦୋରା ଫିସଫେଡର ବର୍ତ୍ତମାନ ଓ ପୂର୍ବାବସ୍ଥାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ଫିସଫେଡ ଦ୍ୱାରା କାର୍ଯ୍ୟକାରି ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏଡଂ ଭବିଷ୍ୟତରେ ହେବାକୁଥିବା ବିଭିନ୍ନ ଯୋଜନାମାନ ଉତ୍ଥାପନ କରି ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରିଚାଳନା ନିର୍ଦ୍ଦେଶକ ରମେଶ କୁମାର ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଫିସଫେଡ ଓ ଫିସକେପଫେଡର ସମସ୍ତ କର୍ମଚାରି, ମତ୍ସ୍ୟଯାନ୍ତ୍ରୀକ, ମତ୍ସ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡଗାଁରୁ ସୁଦୀପ୍ତ କୁମାର ଦଳାଇ

Blog Archive

Popular Posts