ସ୍ନାନ ମଣ୍ଡପରେ ଦର୍ଶନ ଦେଲେ ସିଦ୍ଧବଳରାମ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଠବ କ୍ଷେତ୍ର ସାକ୍ଷୀଗୋପିନାଥ । ସତ୍ୟବାଦୀର ବକୁଳବନରେ ପୂଜାପାଉଥିବା ସିଦ୍ଧବଳରାମ ଠାକୁର ଶ୍ରୀ ଜଗନ୍ନାଥଙ୍କ ଅଜା ଭାବରେ ବେଶ ଜଣାଶୁଣା । ସୋମବାର ସକାଳେ ଠାକୁରଙ୍କ ପ୍ରତିଦିନ ଭଳି ନୀତିକାନ୍ତି କରାଯିବା ପରେ ବାଳଭୋଗ କରାଯାଇଥିଲା । ସ୍ନାନ ମଣ୍ଡପ ପ୍ରତିଷ୍ଠା କରାଯିବା ପରେ ଠାକୁରଙ୍କର ଚକାଛଡା ଖେଚୁଡି ଲାଗି କରାଯାଇଥିଲା । ସେବାୟତ ସୋମନାଥ ମହାପାତ୍ର, ଦେବରାଜ ପଣ୍ଡା, କେଶବ ମହାପାତ୍ର, ଚନ୍ଦ୍ର ଶେଖର ମହାପାତ୍ର ଠାକୁରଙ୍କୁ ଗୋଟି ପହଣ୍ଡି କରି ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ସେବାୟତ ସୋମନାଥ ମହାପାତ୍ର ସୁଗନ୍ଦିତ ଜଳରେ ଠାକୁରଙ୍କୁ ସ୍ନାନ ମଣ୍ଡପରେ ସ୍ନାନ କରାଇଥିଲେ । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ ପରେ ଟାହିଆ, ତୁଳସୀ ଫୁଲମାଳ ଲାଗି କରାଯାଇଥିଲା । ସ୍ନାନ ମଣ୍ଡପରେ ଠାକୁର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସଂଧ୍ୟାରେ ଆଳତୀ, ଧୂପ ରାତିରେ ବାଳଭୋଗ କରାଯିବା ପରେ ବିଳମ୍ବିତ ରାତିରେ ସେବାୟତ ମାନେ ଗୋଟି ପହଣ୍ଡି କରି ଅଣସର ଘରକୁ ବିଜେ କରାଇଥିଲେ । ସେହିପରି ଗବକୁଣ୍ଡ ସ୍ଥିତ ନୂଆନଇ କୂଳରେ ଗଡିଉଠିଥିବା ଶ୍ରୀଜଗନ୍ନାଥ ମନ୍ଧିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଥିବା କୂଅରୁ ଜଳ ଅଣାଯାଇ ସେଥିରେ କ୍ଷୀର, ମହୁ, କର୍ପୁର, ଅଗୁର, ଗୋଲାପଜଳ, ଚନ୍ଦନ, ଜାଇଫଳ ଆଦି ପକାଯାଇ ସୁଗନ୍ଦିତ ଜଳରେ ସେବାୟତ ମାନେ ମହାପ୍ରଭୁଙ୍କୁ ୧୦୮ ଗଡୁ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ବେଶ କରାଯାଇ ଯାତ୍ରାଭୋଗ ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ପାଇଁ ଦର୍ଶନ ମିଳିଥିଲା ବୋଲି ଟ୍ରଷ୍ଟି ରାଜ କିଶୋର ଦାଶଙ୍କ ଠାରୁ ପ୍ରକାଶ । ସେହିପରି ଅନୁରୂପ ଭାବରେ ରାୟପୁର ଶାସନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଓ ସାରଙ୍ଗଯୋଡି ମେଳଣ ପଡିଆରେ ଥିବା ପତିତପାବନ ପୀଠରେ ମଧ୍ୟ ସ୍ନାନ ଯାତ୍ରା ସମାପାନ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି