ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଏନଏସି ତଥା ରେଙ୍ଗାଲିକ୍ୟମ୍ପା ଠାରୁ ଅତାବିରା ଅତାବିରା ଝାଛଁଯୋର ପର୍ଯ୍ୟନ୍ତ ରହିଛି । ଏହି ବାଟ ଦେଇ ଚାରିଥାକିଆ ରାଜରାସ୍ତା କରରେ ଥିବା ପାଦଚଳା ରାସ୍ତା କଡରେ ଥିବା ଡ୍ରେନେଜ । ଡ୍ରେନେଜ କେଉଁଠୁ ଆରମ୍ଭ କେଉଁଠି ଶେଷ ତାହା ଏକମାତ୍ର ଏନଏସି ଅଧିକାରୀ ଜାଣିଥିବେ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ କହନ୍ତି । ଯେପରି କୌଣସି ପ୍ଳାନ ନଥିଲା ପରି ଲାଗେ । ଯେଉଁଠି ଖାଲି ଯାଗା ପାଇଲେ ସେଠାରେ ଡ୍ରେନ କରିଦେଲେ ତାହା ପୁଣି ଅଧାରେ କାମ ପଡିକି ରହିଛି । ଡ୍ରେନ କାର୍ଯ୍ୟ ସମ୍ପର୍ଣ୍ଣ ନ ହେବା ଆଗରୁ ଲୋକମାନଙ୍କ ପାଇଖାନା ପାଣି ଡ୍ରେନ ମଧ୍ୟକୁ ଛାଡି ଦିଆଯାଇଛି । ଯାହା ଫଳରେକି ବର୍ଷା ଆରମ୍ଭରୁ ଡ୍ରେନ ପାଣି ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଘରେ ପଶୁଛି ବୋଲି କହନ୍ତି । ସେହିପରି ଯେଉଁ ଅଧା ଡ୍ରେନଜେ ରହିଛି ତାହା ଏନଏସି ପକ୍ଷରୁ ସଠିକ ସଫେଇ କରାଯାଉନାହିଁ । ଅଳିଆ ଅବର୍ଜନା ସହ ମଦ ବୋତଳ, ପଲିଥିନି ସବୁ ଡ୍ରେନେ ଭିତରକୁ ପିଙ୍ଗା ଯାଇଛି । ଯାହାକି ସ୍ଥାନୀୟ ଅଞ୍ଚଳବାସୀ ଅସ୍ୱାସ୍ଥ୍ୟକର ପରିବେଷରେ ରହୁଥିବା ଅଭିଯୋଗ କରିଛନ୍ତି । ଉକ୍ତ ଡ୍ରେନ ମଧ୍ୟରେ ଦୀର୍ଘଦିନର ଅଳିଆ ଅବର୍ଜନା ଗଦେଇ ରହିବାରୁ ସେଥିରେ ପୋକ ଯୋକ ଗୁଡିକ ବର୍ଷାପାଣି ହେଲେ ସେମାନେ ପାଣିରେ ଘରେ ପଶି ଯାଉଛନ୍ତି । ଅନ୍ୟ ପକ୍ଷେ ଅତାବିରା ଦେଇ ମୁମ୍ଭାଇ- କଲିକତା ୫୩ ନଂ ଜାତୀୟ ରାଜପଥ ଯାଇଛି । ଏହି ରାଜରାସ୍ତାଟି ଲୁହୁରାଚଟିରୁ ରୁ ସମ୍ଭଲପୁର ପର୍ଯ୍ୟନ୍ତ ଏକ ଠିକା ସଂସ୍ଥା କାମନେଇଥିଲା । ଉକ୍ତ କାମ ୨୦୧୪ ମସିହାରେ ସମ୍ପର୍ଣ୍ଣ ଶେଷ କରିବା ପାଇଁ ଚୁକ୍ତିପତ୍ର କରିଥିବାର ଜଣାପଡେ । ମାତ୍ର ଅଳ୍ପ କିଛି କାମ କରି ଦେଇ ଟୋଲ ଟିକସ ଜନସାଧାରଣଙ୍କ ଠାରୁ ଆଦାୟ କରିବାରେ ଯୋରସୋର ଲାଗିପଡିଛି ବୋଲି ଲୋକମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ଅନ୍ୟପକ୍ଷେ ରାଜରାସ୍ତା ଏବେ ଖାଲଖମା ହୋଇ ପଡି ରହିଛି ପ୍ରତିଦିନ ଏହି ରାସ୍ତାକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଉଥିବାର ଦେଖାଯାଇଛି । ଏ ସମସ୍ତ ବିସୟରେ ଜିଲ୍ଲା ପ୍ରଶାସନ ଓ ବିଧାୟିକାଙ୍କ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ କହନ୍ତି । ଏହି ଡ୍ରେନ ପାଣି ବିଶେଷ କରି ତଳୁଆ ଥିବା ଘର ଗୁଡିକରେ ପାଣି ପଶିବା ସହ ଆଖପାଖରେ ଜମିକି ରହୁଥିବାରୁ ମହାମାରି ରୋଗ ହେବାର ଲକ୍ଷ୍ୟ ଦେଖାଯାଉଛି ବୋଲି ବୁଦ୍ଧିଜିବୀ ମାନେ କହନ୍ତି । ତୁରନ୍ତ ଏହାକୁ ନଜର କରି ବରଗଡ ଜିଲ୍ଲାପାଳ ଓ ଅତାବିରା ଏନଏସି କତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଏକ ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ସେ ସମୟରେ ଯାହାକିଛି ଅଘଟଣ ଘଟେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଏନଏସି କତୃପକ୍ଷ ଦାୟୀ ରହିବେ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ମାନେ କହିଛନ୍ତି ।
ବରଗଡରୁ ନବୀନ ଦାଶ