Breaking News

ଅତାବିରା ଆରଏମସି ଧାନମଣ୍ଡି ସେଡ୍ ନିର୍ମାଣ ନିମ୍ନ ମାନର ; ଅଭିଯୋଗ କଲେ ଫଳ ଶୁନ୍ୟ; ଖଜୁରୀ ଗଛର କି ଗୁଣ ଗାଇବି




 ବରଗଡ--- ବରଗଡ ଜିଲ୍ଲା ଅତାବିରା ଆରଏମସି ଦ୍ୱାରା ଧାନମଣ୍ଡିରେ ଧାନ ବର୍ଷା ଦିନରେ ରକ୍ଷା ପାଇବା ପାଇଁ କଭରସେଡ ବା ରେଷ୍ଟସେଡ ନିର୍ମାଣ କରାଯାଉଛି  । ରାଜ୍ୟ ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।  ମାତ୍ର ଏ କାମ ଆରମ୍ଭରୁ ଚାଷୀ ମାନେ ନିମ୍ନ ମାନର କାମ ହୋଉଛି ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅତାବିରା ଆରଏମସିର ସମ୍ପାଦକ ବିଶ୍ୱଜିତି ବାରିକଙ୍କୁ କାମ ସମ୍ପର୍କରେ ତଥ୍ୟ ମାଗିବାରୁ ସେ କହନ୍ତି ଆମ ପାଖରେ କିଛି ନାହିଁ ସବୁ ତଥ୍ୟ ବିଭାଗୀୟ ଜେଇଙ୍କ ପାଖରେ ଅଛି  । ଜେଇ ମହାଶୟଙ୍କୁ ଫୋନ ଯୋଗେ ଏ ସମ୍ପର୍କରେ କଥା ହେବାରୁ ସେ କହନ୍ତି ତମେ ଆରଏମସି କାର୍ଯ୍ୟାଳୟରେ ସମସ୍ତ ତଥ୍ୟ ରହିଛି ସେଠାରୁ ଆପଣ ମାନେ ନେଇ ପାରିବେ । ଅଧିକାଂଶ ସମୟରେ ବିଭାଗୀୟ ଜେଇ କଟକ, ଢ଼େଙ୍କାନାଳ, ଅନୁଗୋଳ ଓ ଭୁବନେଶ୍ୱରରେ ରହିଛି କହି ଫୋନ କାଟି ଦିଅନ୍ତି । ଜେଇ ମହାଶୟ କେତେ ବେଳେ କାମ ଉପରକୁ ଆସନ୍ତି ଏକମାତ୍ର ଠିକାଦାର ଓ ଆରଏମସି ସମ୍ପାଦକ ବାବୁ ଜାଣନ୍ତି ବୋଲି ଚାଷୀ ମାନେ କହନ୍ତି । ଏ ସମ୍ପର୍କରେ ବିଭାଗୀୟ ସୁପରଭାଇଜରଙ୍କୁ ଜଣାଇବାରେ ସେ କହନ୍ତି ଆପଣ ମାନେ ଜେଇଙ୍କ ଠାରୁ ସମସ୍ତ ତଥ୍ୟ ପାଇ ପାରିବେ ବୋଲି କହି ନିଜ ମୁଣ୍ଡରୁ ଦୋଷ ହଟାଇ ଦେଇଥିଲେ  । ଅନ୍ୟ ପକ୍ଷେ ଠିକାଦାର ଏହାର ସୁଯୋଗ ନେଇ ବାଲି ଯାଗାରେ ମାଟି ପକାଇ ତାର ବିଲ କରି ନେଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରଏମସିର ସଭାପତି ତଥା ଉପଜିଲ୍ଲାପାଳ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ କେହି ଠିକାଦାରଙ୍କ ଭୟରେ କରୁନଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି ।  ଖଜୁରୀଗଛ ହୋଉଛି ଜିଲ୍ଲା ପ୍ରଶାସନ  ।ଏଣୁ ଚାଷୀ ମାନେ କହୁଛନ୍ତି କି ଗୁଣ ଗାଇବି କଜୁରୀ ଗଛତ ମୁଳରୁ ପାହାଚ ପାହଚ  । ଏଠାରେ ଯଦି ଜିଲ୍ଲା ପ୍ରଶାସନ ଠାରୁ ବ୍ଳକ ପ୍ରଶାସନ ସମସ୍ତେ ଦୁର୍ନୀତିରେ ଲିପ୍ତ ରହିବେ ତା ହେଲେ କାହାକୁ ଅଭିଯୋଗ କରିବ ବୋଲି ଚାଷୀ ମାନେ କହନ୍ତି । ଅନ୍ୟ ପକ୍ଷେ ସୁପରଭାଇଜରଙ୍କୁ ମିଳିତ ଭାବେ ସାମ୍ବାଦିକ ମାନେ ଏ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିବାରୁ ସେ ରାଗି ଯାଇ ସାମ୍ବାଦିକ ମାନଙ୍କୁ ଖରାପ ବ୍ୟବହାର କରିଥିବା ନେଇ ସାମ୍ବାଦିକ ମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷେ ଏହି ଦୁର୍ନୀତି ସମ୍ପର୍କରେ ଜଣେ ଅନ୍ୟ ଜଣଙ୍କୁ ଦେଖାଇ ସରକାରୀ ଅର୍ଥ ଲୁଟ କରି ଚାଲିଛନ୍ତି । ଯଦି ଏହି ଘୋଟଲାରେ ଜିଲ୍ଲାପାଳ ସଂପୁକ୍ତ ନୁହନ୍ତି ତା ହେଲେ ନିଜେ ଚାଷୀ ମାନେ କରୁଥିବା ଅଭିଯୋଗକୁ ତଦନ୍ତ କରନ୍ତୁ ନଚେତ ଭିଜିଲାନସ ଦ୍ୱାରା ତଦନ୍ତ କରାଇବା ପାଇଁ ଶତାଧିକ ଅତାବିରା ଅଞ୍ଚଳର ଚାଷୀ ମାନେ ଦାବୀ କରିଛନ୍ତି ।
ବରଗଡରୁ ନବୀନ କୁମାର ଦାଶ

Blog Archive

Popular Posts