Breaking News

ସତ୍ୟବାଦୀରେ ବ୍ଳକ ସ୍ତରୀୟ ସ୍ୱତନ୍ତ୍ର ଋଣ ଶିବିର

ସାକ୍ଷୀଗୋପାଳ ------ ମହାବାତ୍ୟା ଫାନି ଯିବାର ୪୫ ଦିନ ପରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଫାନିରେ କ୍ଷତିଗସ୍ତ ହିତାଧିକାରୀ ମାନଙ୍କ ପାଇଁ ବ୍ଳକ ସ୍ତରୀୟ ସ୍ୱତନ୍ତ୍ର ଋଣ ମେଳା ମଙ୍ଗଳବାର ଦିନ ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ପଦୀପ୍ର ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଥିଲେ ବାତ୍ୟା ଯିବାର ପରେ ଆମର ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ଚିନ୍ତା କରିବା ସହ ସେମାନେ କିପରି ଫାନିର ମୁକାବିଲା କରିବେ ଓ ସ୍ୱାବଲମ୍ବୀ ହୋଇ ପାରିବେ ସେ ବିସୟରେ ଚିନ୍ତା କରିଥିଲେ  । ଆଜି ତାର ଏକ ନମୁନା ବୋଲି କହିଥିଲେ  । ସେହିପରି ଉପସ୍ଥିତ ଥିବା ମହିଳା ମାନଙ୍କୁ ସେ ନିବଦେନ କରିଥିଲେ ବ୍ୟାଙ୍କରୁ ନେଉଥିବା ଟଙ୍କା ନେଇ କିଛି କରିବା ପାଇଁ ସେ ଆହ୍ୱନ ଦେଇଛନ୍ତି । ସତ୍ୟବାଦୀ ବ୍ଳକରେ ନିଯୁକ୍ତି ପାଇଥିବା ଆଇପିଓ ସଠିକ କାମ କରୁନଥିବା ବା ଅଫିସକୁ ଆସୁନଥିବା ସମ୍ପର୍କରେ  ଉପସ୍ଥିତ ଥିବା ଜିଏମ ଡିଆଇସି ବଦ୍ରି ନାରାୟଣଙ୍କ ନଜରକୁ ଆଣିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଡିଜିଏମ ଦୁର୍ଗା ଚରଣ ବଳ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶଙ୍କ ସାକ୍ଷୀଗୋପାଳ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ସନ୍ତୋଷ କୁମାର ବେହେରା, ସି.ଏମ କ୍ରେଡିଟ ବ୍ୟାଙ୍କର ହେମନ୍ତ କୁମାର ଶାହା, ପୁରୀ ଡିଆଇସିର ଜି.ଏମ ବଦ୍ରିନାରାୟଣ, ଏଫଆଇସି ବିରେନ୍ଦ୍ର ସେଠୀ, ଶିଶୁ ପ୍ରକଳ୍ପ ଅଧିକାରୀ ପ୍ରେମବାଳା ତ୍ରିପାଠୀ, ବି.ପି.ଏମ ଶାସ୍ୱତୀ ଦାସ ପ୍ରମୁଖ ଯୋଗଦେଇଥିଲେ  । ସତ୍ୟବାଦୀ ବ୍ଳକରେ ପ୍ରାୟ ୧୮୦ ଟି ବିଭିନ୍ନ ଶିଳ୍ପ ଫାନିରେ ନଷ୍ଟ ହୋଇଥିବା ସମ୍ପର୍କରେ ପୁରୀ ଡିଆଇସିର ଜି.ଏମ ପ୍ରକାଶ କରିଥିଲେ  । ବ୍ୟାଙ୍କ ମାନେ ସେମାନଙ୍କୁ ବିନା ଗ୍ୟାରେଣ୍ଟରେ ଋଣ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ  ।  ସେହିପରି ଅନ୍ୟ ବ୍ୟାଙ୍କର ଅଧିକାରୀ ମାନେ କହିଥିଲେ ଯେଉଁ ମହିଳା ଗୋଷ୍ଠୀ ବ୍ୟାଙ୍କରୁ ଋଣ ନେଇ ପ୍ରତି ମାସରେ ଋଣ ପରିଷୋଧ କରିବା ସହ ବ୍ୟାଙ୍କ ସହିତ ସେମାନଙ୍କର ଲିଙ୍କ ଥିବ ସେମାନଙ୍କୁ ଫାନି ବାତ୍ୟା ଯୋଗୁ ୧ବର୍ଷ ପର୍ଯ୍ୟନ୍ତ ସୁଧ ବା କିସ୍ତି ଆଦାୟ କରାଯିବ ନାହିଁ  । ଆବଶ୍ୟକ ସ୍ଥଳରେ ଉକ୍ତ ଗୋଷ୍ଠୀଙ୍କୁ ପୁଣି ନିଜ ଗୋଠରେ ଠିଆ ହେବାପାଇଁ ପ୍ରତି ସଦସ୍ୟାଙ୍କୁ ୧୦ ହଜାର ଟଙ୍କା ଋଣ ପ୍ରଦାନ କରିବା ପାଇଁ ବ୍ୟାଙ୍କ ମାନେ ନିସ୍ପତି ନେଇଥିବା ସମ୍ପର୍କେ ବ୍ୟାଙ୍କର ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ  । ଏହି ଅବସରରେ ୧୫୦୦ଶହ ମହିଳା ଗୋଷ୍ଠୀଙ୍କୁ ପ୍ରାୟ ୩ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା  । ବିଧାୟକ ଶ୍ରୀ ସମାନ୍ତରାୟ କେତଟି ମହିଳା ଗୋଷ୍ଠୀଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମକୁ ଏଲଡି ବ୍ୟାଙ୍କର ପରିଚାଳକ ବ୍ରଜ କିଶୋର ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସଭିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ, ସୁବାଷ ପ୍ରଧାନ, ସ୍ୱାଧୀନ ଚମ୍ପତି, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା  ପ୍ରକାଶ ଖଟେଇଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ପ୍ରମୁଖ ଉପସ୍ଥିତ ରହି  ସଭାଟିକୁ ସଫଳ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts