ଡେଲାଙ୍ଗ ବ୍ଳକରେ ଘରଭଙ୍ଗା ତାଲିକାରେ ଅନିୟମିତତା ; ଜିଲ୍ଲାପାଳଙ୍କୁ ଫେରାଦ ହେଲେ
ଡେଲାଙ୍ଗ---- ସାମୁଦ୍ରିକ ବାତ୍ୟା ଯିବାର ୫୫ ଦିନ ପରେ ବି ଡେଲାଙ୍ଗ ବ୍ଳକରେ ଘର ଭଙ୍ଗା ତାଲିକା ସଠିକ ଭାବେ ପ୍ରସ୍ତୁତି ନ ହୋଇ ଅତି ତରଭାବରେ କିଛି ପରିବାରଙ୍କୁ ଘରଭଙ୍ଗା ଅର୍ଥ ପ୍ରଦାନ କରାଯାଇଥିବା ସାଧାରଣରେ ଅଭିଯୋଗ ହେଉଛି । ଅନ୍ୟ ପକ୍ଷେ ଘରଭଙ୍ଗା ତାଲିକା ପ୍ରତି ପଞ୍ଚାୟତରେ ପ୍ରକାଶିତ କରାଯିବା ପରେ ଏଥିରେ ହୋଇଥିବା ଅନିୟମିତା ଏବେ ପଦାକୁ ଆସିଛି । ବ୍ଳକର ୨୧ ଟି ପଞ୍ଚାୟତରେ ବାତ୍ୟାରେ ସମସ୍ତଙ୍କର ଅଳ୍ପ ବହୁତ କ୍ଷତି ହୋଇଛି । ଗରିବ, ଅସହାୟ, ଦିନ ମଜୁରିଆ ପରିବାର ଗୁଡିକଙ୍କର ବିଶେଷ କ୍ଷତି ହୋଇଛି । କଚା, ଆଜବେଷ୍ଟସ, ଟିଣ ଘର ଗୁଡିକ ବ୍ୟପାକ ଭାବେ ଭାଙ୍ଗିରୁଜି ଯାଇଥିଲା । ବାତ୍ୟା ଯିବାର ପ୍ରାୟ ଏକ ମାସ ପରେ ସରକାରୀ କର୍ମଚାରୀ ମାନେ ଗ୍ରାମକୁ ଗ୍ରାମ ଯାଇ ଘର ଭଙ୍ଗା ତାଲିକା ପ୍ରସ୍ତୁତି କଲେ । ସେ ସମୟରେ ଭାଙ୍ଗି ଯାଇଥିବା ଘର ଗୁଡିକର ଫଟୋ ଉତ୍ତୋଳନ କରିଥିଲେ । ଏଥିରେ ଆରଆଇ, ବ୍ଳକ କର୍ମଚାରୀ ,ଶିକ୍ଷକ ମାନେ ରହିଥିଲେ । ତାଲିକା ଗ୍ରାମରେ ପ୍ରସ୍ତୁତି କରିବା ସମୟରେ ଯାହା ଥିଲା ତାଲିକା ପ୍ରକାଶ ପାଇବା ପରେ ସମ୍ପର୍ଣ୍ଣ ବଦଳି ଯାଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ଗରିବ , ଦିନ ମଜୁରୀଆ ପରିବାର ମାନଙ୍କର ଘର ଭଙ୍ଗା ତାଲିକାରେ ନାମ ନାହିଁ । ଯେଉଁ କେତେଜଣଙ୍କର ଅଛି ଆଶିଂକ ପକ୍କା ଘର ତାଲିକାରେ ରହିଛି । ଯେଉଁ ମାନଙ୍କର ୨ରୁ୪ ବଖରା ପକ୍କା ଘର ରହିଛି ସେମାନଙ୍କ ନାମ ସମ୍ପର୍ଣ୍ଣ କଚା ଭଙ୍ଗା ତାଲିକାରେ ପ୍ରକାଶ ପାଇଛି । ଯେଉଁମାନଙ୍କର କଚାଘର ସମ୍ପର୍ଣ୍ଣ ଭାଙ୍ଗି ମାଟିରେ ମିଶିଥିଲା । ଏବେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କର ଆଶିଂକ ପକ୍କା ଘର ଭାଙ୍ଗିଥିବା ଲିଷ୍ଟରେ ରହିଛି । ପଞ୍ଚାୟତରେ ତାଲିକା ମରା ହେବା ପରେ ପଞ୍ଚାୟତରେ ହୋଇଥିବା ଘରଭଙ୍ଗା ତାଲିକାରେ ଅନିୟମିତତା ପଦାକୁ ଆସିଛି ବୋଲି ଗ୍ରାମବାସୀ ମାନେ କହନ୍ତି । ଏହିପରି ଡେଲାଙ୍ଗ ବ୍ଳକରେ ହଜାର ଜହାର ପରିବାର ଘରଭଙ୍ଗା ତାଲିକାରୁ ବାଦ ପଡିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ଏହାର ସଠିକ ତଦନ୍ତ କରି ବାଦ ପଡିଥିବା ପରିବାର ମାନଙ୍କୁ ତାଲିକାରେ ଅନ୍ତଭୁର୍କ୍ତ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର୍ର ସେନାପତି