ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଏନଏସି ୧୨ ଟି ୱାର୍ଡକୁ ନେଇ ଗଠିତ । ଅତାବିରା ବ୍ଳକ ୨୪ ଟି ଗ୍ରାମ ପଞ୍ଚ।।ୟତକୁ ନେଇ ଗଠିତ । ବିଶେଷ କରି ଏନଏସି ଓ ବ୍ଳକ ଟି ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ବେଶ ରାଜ୍ୟ ପରିଚିତ । ସେହିପରି ଏନଏସି ଅଞ୍ଚଳରେ ପ୍ରାୟ ଆଦିବାସୀ ,ଦିନ ମଜୁରୀଆ ଓ ଗରିବ ଶ୍ରେଣୀର ଲୋକମାନେ ବସବାସ କରନ୍ତି । ପ୍ରତିଦିନ ହଜାର ଜହାର ଲୋକଙ୍କର ଏନଏସି ଅଞ୍ଚଳରେ ଭିଡ ପରିଲକ୍ଷିତ ହୋଇଥାଏ । ଏନଏସି ଘୋଷଣା ହେବାର ସାତବର୍ଷ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସାଧାରଣ ଲୋକମାନେ ସେମାନଙ୍କର ମୌଳିକ ସେବାରୁ ବଞ୍ଚିତ । ଏନଏସିର ପ୍ରତି ୱାର୍ଡରେ କିଛି ନା କିଛି ସମସ୍ୟା ଲାକି ରହିଛି । ବିଶେଷ କରି ପାନୀୟ ଜଳ, ଡ୍ରେନେଜ ଓ ରାସ୍ତା ଘାଟ ଆଲୋକୀକରଣରୁ ବଞ୍ଚିତ ବୋଲି ଅଭିଯୋଗ ମାନ ହୋଉଛି । ଡ୍ରେନ ସଫେଇ ଓ ସଠିକ ନକ୍ସା ଅନୁସାରେ କାର୍ଯ୍ୟ ନ ହୋଇଥିବାରୁ ଡ୍ରେନ ପାଣି ରାସ୍ତା ଉପରେ ପାଣିର ଛୁଅ ଛୁଟୁଛି ବୋଲି ଲୋକମାନେ କହନ୍ତି । ଏନଏସିର ୨ ନଂ ୱାର୍ଡଟି ନିର୍ମଳ ପରିମଳ ଗ୍ରାମ ଭାବରେ କତୃପକ୍ଷ ଘୋଷଣା କରିଛନ୍ତି । ତହସିଲରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଗଲା ବେଳେ ଏଡି ୱାର୍ଡ ଟି ପଡେ । ମାତ୍ର ବିଦ୍ୟୁତ ବିାଗ କାର୍ଯ୍ୟାଳୟ ପାଖରେ ଡ୍ରେନେଜ ନଥିବାରୁ ସେଠାରେ ପାଣି ଜମି ରହୁଛି । ଦୁଇ ନଂ ଓ ତିନି ନଂ ୱାର୍ଡ ଯିବା ରାସ୍ତାରେ ଏନଏସି କତୃପକ୍ଷ ଅଳିଆ ଅର୍ବଜନା ଗଦେଇ ରଖିଛନ୍ତି । ଯାହାକି ସେହି ବାଟରେ ଲୋକମାନେ ଗଲା ବେଳେ ନାକରେ ରୁମାଲୁ ଦେଇକି ଯାଉଥିବାର ଦେଖାଯାଇଥାଏ । ସେହିପରି ୱାଡନଂ୩ ଭାଲୁପାଳି ଗାଁ ଦାଣ୍ଡରେ ଭାସୁଛି ଡ୍ରେନ ପାଣି । ଏହି ୱାର୍ଡଟି ପୁଣି ଏନଏସି ଅ୍ରଧ୍ୟକ୍ଷାଙ୍କ ଗ୍ରାମ । ଏହି ୱାର୍ଡରୁ କଂଗ୍ରେସ ଓ ବିଜେଡିର ଏନଏସି ଅଧ୍ୟକ୍ଷ ଭାବେ ରହିଥିଲେ ମଧ୍ୟ ସେମାନେ ନିଜ କଥା ବ୍ୟତିତ୍ୱ ୱାର୍ଡର ବା କୌଣସି ଦିଗ ପ୍ରତି ନଜର ଦେଇନଥିବା ଲୋକମାନେ କହନ୍ତି । ୱାର୍ଡରେ ଦିନ ରାତି ଡ୍ରେନ ପାଣି ବୋହି ଚାଲିବା ଫଳରେ ଅସ୍ୱାସ୍ଥ୍ୟକର ପରିବେଷ ସୃଷ୍ଟି ହୋଉଛି । ଏଥିଯୋଗୁ ଲୋକମାନଙ୍କୁ ଜ୍ୱର, ଥଣ୍ଡା, , ଝାଡା ବାନ୍ତି ରୋଗ ସହିତ ଚର୍ମ ରୋଗରେ ଲୋକମାନେ ପଡିଲେଣି ବୋଲି କହନ୍ତି । ଏନଏସି ହେବା ଦିନ ଠାରୁ ରାଜ୍ୟ ସରକାର ଏନଏସି ଅଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି ବୋଲି ଏକମାତ୍ର କାଗଜ ପତ୍ରରେ ସେଖାଯାଉଛି । ପକୃତ ପକ୍ଷେ କଂଗେସର ଏନଏସିର ଅଧ୍ୟକ୍ଷା ଥିବା ସମୟରେ ୱାର୍ଡି ଗୁଡିକର ଯାହା ଉନ୍ନତି କରାଯାଇଥିଲା । ତା ପରଠାରୁ ଉନ୍ନତି କେବଳ ସରକାରୀ କାଗଜ ପତ୍ରରେ ଚାଲିଛି । ଏଠାରେ ପାନୀୟଜଳ, ଉନ୍ନତ କରଣୀୟ ରାସ୍ତା, ଡ୍ରେନେଜ, ଓ ରାସ୍ତା ଘାଟରେ ଆଲେକକରଣ କରାଯାଉନାହିଁ ବୋଲି ଅଭିଯୋଗ ମାନ କରାଯାଉଛି ବୋଲି ଜଣସାଧାରଣ କହନ୍ତି । ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଏନଏସି କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ୱାର୍ଡ ବାସୀ ମାନେ କହନ୍ତି । ଏ ଦିଗରେ ବରଗଡ ଜିଲ୍ଲାପାଳ ତୁରନ୍ତ ନଜର କରିବା ପାଇଁ ଦାବୀ ହୋଉଛି । ଅନ୍ୟ ପକ୍ଷେ ଏହି ସମସ୍ୟାକୁ ନେଇ ମହିଳା ଗୋଷ୍ଠୀ ମାନଙ୍କ ମଧ୍ୟରେ ଏକ ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଓ ଏନଏସି କତୃପକ୍ଷ ଦାୟୀ ରହିବେ ବୋଲି ସ୍ଥାନୀୟ ମହିଳା ଗୋଷ୍ଠୀ ଓଅଞ୍ଚଳ ବାସୀ ମାନେ କହିଛନ୍ତି ।
ବରଗଡରୁ ନବୀନ ଦାଶ