Breaking News

ସରକାରଙ୍କ ବିଜ୍ଞପ୍ତି ସରକାରଙ୍କ ନାଲିପିତା ତଳେ ଚାପି ହୋଇଯାଇଛି

ଓଡଗାଁ-- ଓଡିଶା ସରକାର ବିଗତ ଦିନରେ ମାଟ୍ରିକ ଓ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ଫଳା ଫଳ ଖରାପକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ  ।  କୌଣସି ସରକାରୀ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଡେମନଷ୍ଟେଚର ଛାତ୍ର ଛାତ୍ରୀଙ୍କୁ ଟ୍ୟୁସନ କରାଇ ପାରିବେ ନାହିଁ  । ରାଜ୍ୟ ଶିକ୍ଷା ବିଭାଗ ଭୁବନେଶ୍ୱର ଆଦେଶପତ୍ର ସଂଖ୍ୟାନଂ- ୪୧୬୪/ ଆର ଡି. ଇ- ୩୧- ୧- ୨୦୧୭ରେ ଏହି ବିଜ୍ଞପ୍ତି ପ୍ରକାଶ କରିଥିଲେ  । ସେଥିରେ ଏ ସମ୍ପର୍କରେ ତଥ୍ୟ ମା ପ୍ରମାଣ ସହିତ ଜଣାଇବାକୁ ଜଣସାଧାରଣଙ୍କୁ ଅନୁରୋଧ କରିଥିଲେ  । ଏଥିପାଇଁ ଦୁଇଟି ୱାବେସାଇଟି ରହିଥିଲା  । ଏବେ ଏହା ଯେଉଁ ଶିକ୍ଷା ବିଭାଗ ଆଇନ ବା ବିଜ୍ଞପ୍ତି ପ୍ରକାଶ କରିଥିଲା ପୁନବାର ସେହି ବିଭାଗର ଅଧିକାରୀ ମାନେ ନାଲିପିତା ତଳେ ଚାପିକି ରଖିଦେଇଥବା ଜଣାପଡିଛି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଏବେ ଯେଉଁ ବିଦ୍ୟାଳୟରେ ମାଟ୍ରିକ ଫରୀକ୍ଷା ଫଳ ଶୁନ୍ୟ ପ୍ରକାଶ ପାଇବା ପରେ ଚିନ୍ତା କରିଥାନ୍ତି  । କିଛିଦିନ ଗଲାପରେ ସେ ଫାଇଲି କୁଆଡେ ଉଭାନ ହୋଇଯାଇଥାଏ ବୋଲି ଜନସାଧାରଣରେ ବେଶ ଆଲେଚନା ହୋଉଛି  ।
ଓଡଗାଁରୁ ସୁଦୀପ୍ତ ଦଳାଇ

Blog Archive

Popular Posts