ବାତ୍ୟାରେ କ୍ଷୟକ୍ଷତି ଅର୍ଥ ପାଇବା ପାଇଁ ଗ୍ରାମ ମାନଙ୍କରେ ଟଙ୍କା ଆଦାୟ; ବିରୋଧ କଲେ ବିଧାୟକ ଶ୍ରୀ ସାମନ୍ତରାୟ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ସାମୁଦ୍ରିକ ବାତ୍ୟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ଓ ସତ୍ୟବାଦୀ ବ୍ଳକ ବହୁ କ୍ଷତି ହୋଇଛି । ଦୁଇ ବ୍ଳକର ପ୍ରାୟ ୭୦ ହଜାର ପରିବାର କ୍ଷତିଗସ୍ତ ହୋଇଛନ୍ତି । ଗ୍ରାମ ମାନଙ୍କରେ କିଏ କିପରି ସାହାର୍ଯ୍ୟ ସହଯୋଗ କରିବା ପାଇଁ ଅର୍ଥ ଆଦାୟ ହୋଉଥିବା ସମ୍ପର୍କେ ବିଧାୟଙ୍କ ପାଖରେ ଖବର ପହଞ୍ଚିଥିଲା । ବିଶେଷ କରି କାଳିଆ ଯୋଜନା ଓ ବାତ୍ୟାରେ ଘରଭଙ୍ଗା ସାହାର୍ଯ୍ୟ ପାଇବା ପାଇଁ ଗରିବ ଅସହାୟ ଲୋକ ମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଜଣାପଡିଛି । ଏ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପାଖରେ ଅଭିଯୋଗ ପହଞ୍ଚିଥିଲା । ଅନୁସନ୍ଦାନ କରିବା ପରେ ଏହାସତ୍ୟ ବୋଲି ଜାଣିବାକୁ ପାଇଛନ୍ତି । ଏଣୁ ସତ୍ୟବାଦୀ ଓ କଣାସ ଅଞ୍ଚଳର ସମସ୍ତ ଫାନିରେ କ୍ଷତିଗସ୍ତ ପରିବାରଙ୍କୁ ଅନୁରୋଧ କରିଛନ୍ତି ଯେଉଁମାନେ ଟଙ୍କା ମାଗୁଛନ୍ତି ବା ମୁଁ କରିଦେବି ବୋଲି କହୁଛନ୍ତି, ସେମାନଙ୍କୁ ଧରିକି ପୋଲିସରେ ଦେବା ପାଇଁ ଶ୍ରୀ ସମାନ୍ତରାୟ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ନଚେତ୍ ଗ୍ରାମରେ ତାଙ୍କ ମୁଖା ଖୋଲିଦେବାକୁ ସେ ଗ୍ରାମ ବାସୀ ମାନଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଅଫିସର ଓ ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ମୋ ନାମ କହି ମଧ୍ୟ ପଇସା ଆଦାୟ କରୁଛନ୍ତି ସେମାନଙ୍କୁ ବିଧାୟକ ହୁସିଆର କରି ଦେଇଛନ୍ତି । ନଚେତ୍ ଆଗାମୀ ଦିନରେ ସେମାନଙ୍କୁ ଧରି ବିଜ ରାସ୍ତାରେ ଚଳାଇ ଚଳାଇ ଥାନାରେ ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି । ସେହିପରି ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଏହି ତାଲିକାରେ ସାମିଲ ହେବାକୁ ଅଯୋଗ୍ୟ ବା ସେମାନଙ୍କ ବିରୁଧରେ ଦରଖାସ୍ତ କରି ପାରିବେ ନଚେତ ନିଜ ନାମ ଯୋଗ କରିବା ପାଇଁ ପଞ୍ଚାୟତରେ ଦରଖାସ୍ତ କରି ପାରିବେ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି