ଆରମ୍ଭରୁ ଆକ୍ସନ ମୁଡ଼ରେ ଉଚ୍ଚଶିକ୍ଷା ମନ୍ତ୍ରୀ
ଓଡଗାଁ------ ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନକୁ ପରିମାର୍ଜିତ କରିବା ନିମନ୍ତେ ଡ଼ଃ ସାହୁ ସୂଚନା ଦେଇଛନ୍ତି । ଏଣିକି ଅଧ୍ୟାପକମାନେ ମହାବିଦ୍ୟାଳୟରେ ପଞ୍ଚାଘଣ୍ଟା ପରିବରର୍ତ୍ତେ ସାତ ଘଣ୍ଟା ରହି ନିଜ କର୍ତ୍ତବ୍ୟ ସମ୍ପାଦନ କରିବେ । ଅଧ୍ୟାପକମାନେ କୌଣସି ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିପାରିବେ ନାହିଁ । ଏଥିରେ ବ୍ୟତିକ୍ରମ ହେଲେ ଦୃଢଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ଃ ସାହୁ ସୂଚନା ଦେଇଛନ୍ତି । ସାରା ରାଜ୍ୟରେ ସମସ୍ତ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ପାଇଁ ସମାନ ପାଠ୍ୟଖସଡ଼ା ଲାଗୁକରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି । ଦୀର୍ଘଦିନ ପରେ ଶିକ୍ଷାମନ୍ତ୍ରୀଙ୍କର ଏହା ଏକ ବରିଷ୍ଠ ପଦକ୍ଷେପ ବୋଲି ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ଓଡଗାଁରୁ ରିପୋର୍ଟର: ସୁଦୀପ୍ତ କୁମାର ଦଳେଇ