ଡେଲାଙ୍ଗର ଝିଅ ଦଶମ ପରୀକ୍ଷାରେ ରାଜ୍ୟରେ ଦ୍ୱତୀୟ ସ୍ଥାନ ଅଧିକାର କଲା
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କୁଆପଦା ଗ୍ରାମର ସୁଣେଶ ପାଟଶାଣୀଙ୍କ ନାତୁଣି ତଥା ଡାକ୍ତର ମା ମୈର୍ତ୍ତି ସ୍ବାଇଁ ଓ ବାପା ବସନ୍ତ ପାଟଶାଣୀଙ୍କ ଝିଅ ଦିବ୍ୟଦିଶା ପାଟଶାଣୀ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟରେ ଦ୍ୱତୀୟ ଓ ଭୁବନେଶ୍ୱର କଳିଙ୍ଗ ନଗର ଡିଏଭି ପବ୍ଳିକ ସ୍ଳୁଲରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ୫୦୦ ମାର୍କରୁ ୪୯୪ ନମ୍ବର ରଖି ଡିଏଭି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାରି କରିଛନ୍ତି । ବିଦ୍ୟାଳୟରେ ୧୧୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ସାମଗ୍ରିକ ପାସ ହାର ୮୭.୨୮ ପ୍ରତିଶତ ରହିଛି । ଦିବ୍ୟଦିଶାଙ୍କୁ ଡିଏଭି ଓଡିଶା ଅନୁଷ୍ଠାନ ପକ୍ଷରୁ ଶନିବାର ଦିନ ମାନପତ୍ର ସହିତ ସିଲଦେଇ ସମ୍ମାନିତ କରାଯାଇଛି । ଏହି ଖବର ଗ୍ରାମରେ ପ୍ରକାଶିତ ହେବାପରେ କୁଆପଦାରେ ଖୁସିର ଲହରୀ ଖେଳିଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି