Breaking News

ଆଜିଠାରୁ ଠାରୁ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

ଓଡଗାଁ------ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଅରିଜିନାଲ ପାସ୍ ସାର୍ଟିଫିକେଟ୍, ମାଇଗ୍ରେସନ ସାର୍ଟିଫିକେଟ୍, ଏଫ୍-ଗ୍ରେଡ୍ ପରୀକ୍ଷାର୍ଥୀଙ୍କ ମାର୍କସିଟ୍ ସମେତ ସମସ୍ତ ପରୀକ୍ଷାର୍ଥୀଙ୍କ ଟାବୁଲେସନ୍‌ ରେଜିଷ୍ଟ୍ରାର ଆସନ୍ତା ୩୦ ଓ ଜୁଲାଇ ୧ତାରିଖ ଦୁଇ ଦିନରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ଶିକ୍ଷାନୁଷ୍ଠାନର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରିକୃତ କାର୍ଯ୍ୟାଳୟରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍, ମାର୍କସିଟ ସଂଗ୍ରହ କରିପାରିବେ । ସଂପୃକ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ମାନେ ମାର୍କସିଟ୍ ବିତରଣ ପ୍ରକ୍ରିୟା କିପରି ଶୃଙ୍ଖଳିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିତରଣ ପ୍ରକ୍ରିୟାରେ କିଛି ସମସ୍ୟା ଉପୁଜିଲେ ବିତରଣ କେନ୍ଦ୍ରର ମୁଖ୍ୟମାନେ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବେ । ସ୍କୁଲର ପ୍ରଧାନଶିକ୍ଷକ ବା ତାଙ୍କ ପ୍ରତିନିଧି ସାର୍ଟିଫିକେଟ୍ ଗ୍ରହଣ କରିବା ସମୟରେ ଠିକ୍‌ ଭାବେ ଯାଞ୍ଚ କରିବେ । ଯଦି କିଛି ପିଲାଙ୍କ ସାର୍ଟିଫିକେଟ୍ ନଥାଏ, ତେବେ ତୁରନ୍ତ ଦାୟିତ୍ବରେ ଥିବା ବୋର୍ଡ ଅଧିକାରୀଙ୍କୁ ଅବଗତ କରିବେ । ଯଦି ଗ୍ରହଣ କରିଥିବା କୌଣସି ସାର୍ଟିଫିକେଟରେ କିଛି ତ୍ରୁଟି ରହିଥାଏ, ତେବେ ତ୍ରୁଟିଯୁକ୍ତ ସାର୍ଟିଫିକେଟ୍‌ ଗୁଡ଼ିକୁ ଜୁଲାଇ ୧୦ତାରିଖ ମଧ୍ୟରେ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ସୂଚନା ଦିଆଯାଇଛି । ଓଡଗାଁରୁ ସୁଦୀପ୍ତ ଦଳାଇ

Blog Archive

Popular Posts