ନିଉ ଜଗନ୍ନାଥ ରାସ୍ତାର ଶୁକଳ ଛକ ଠାରେ ରାସ୍ତାରୋକ
ସାକ୍ଷୀଗୋପାଳ-----ନିଉ ଜଗନ୍ନାଥ (ଚନ୍ଦନପୁର- ନିରାକାରପୁର) ରାସ୍ତାର ଶୁକଳ ଛକ ଠାରେ ବିଦ୍ଯୁତ ବିଭାଗକୁ ଦାୟୀ କରିବା ସହିତ ମୃତ୍ଯୁ ଯୂବକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ରାସ୍ତାରୋକ ହୋଇଛି । ସତ୍ଯବାଦୀ ଥାନା ଅନ୍ତର୍ଗତ ଶୁକଳ ବଡପଡା ଗ୍ରାମକୁ ବିଦ୍ଯୁତ ଖୁଣ୍ଠ ଆଣିବା ସମୟରେ ଟ୍ରାକ୍ଟଟର ଓଲଟି ପଡିବାରୁ ଜଣେ ଯୁବକ ଙ୍କର ମୃତ୍ଯୁ ଘଟିଥିଲା । ଏହାକୁ ନେଇ ଆଜି ରାସ୍ତା ରୋକ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି