ନୟାଗଡ଼ ବସଷ୍ଟାଣ୍ଡ ଠାରେ ବିଧାୟକ କଲେ ଜନଶୁଣାଣି
ନୟାଗଡ଼ ------ରାତିରେ ତିଆରି ହୋଇଥିଲା ସମସ୍ତ ପ୍ରସ୍ତୁତି । ସକାଳ ହେଳା , ରାସ୍ତା କଡ଼ରେ ଚଉକି ପଡ଼ିଲା, ଟେବୁଲ ଉପରେ କଲମ, କାଗଜ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ରହିଲା । ଖୋଲା ସ୍ଥାନ କିଛି ସମୟ ପାଇଁ ପାଲଟିଗଲା ବିଧାୟକଙ୍କ ଜନଶୁଣାଣି କାର୍ଯ୍ୟାଳୟ। ଆଉ ସେଇ ଅସ୍ଥାୟୀ କାର୍ଯ୍ୟାଳୟରେ ବିଧାୟକଙ୍କୁ ଦୁଃଖ ଜଣାଇବାକୁ ଘେରି ରହିଥିଲେ ଶତାଧିକ ଜନତା । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନୟାଗଡ଼ ବସଷ୍ଟାଣ୍ଡରେ। ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହ ଯୋଡ଼ିହେବା ପାଇଁ ଅଭିନବ ଶୈଳୀ ଆପଣେଇଛନ୍ତି ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ। ସର୍ବସାଧାରଣ ସ୍ଥାନରେ ଜନଶୁଣାଣି ମାଧ୍ୟମରେ ଜନସାଧାରଣଙ୍କ ଅଭାବ ଅସୁବିଧାର ସମାଧାନ କରିବାକୁ ଶ୍ରୀ ସାହୁ ନିଷ୍ପତ୍ତି ନେଇଛନ୍ତି । ନୟାଗଡ଼ ବସଷ୍ଟାଣ୍ଡ ଠାରେ ନୟାଗଡ଼ ବ୍ଲକ ଓ ପୌର ପରିଷଦବାସୀଙ୍କ ପାଇଁ ଜନଶୁଣାଣି କରିଥିଲେ । ପରବର୍ତ୍ତୀ ସମୟରେ ଓଡ଼ଗାଁ ବ୍ଲକରେ ମଧ୍ୟ ଅନୁରୂପ ଜନଶୁଣାଣି ହେବ । ନିୟମିତ ବ୍ୟବଧାନରେ ନୟାଗଡ଼ରେ ଏହି ଭଳି ଜନଶୁଣାଣି ହେବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ