ମହିଳାଙ୍କୁ ଗଣ ଦୁର୍ଷମ ପରେ ହତ୍ଯା ସନ୍ଦେହ : ମହିଳାଙ୍କ ପରିଚୟ ମିଳିନାହିଁ
ଅତାବିରା----- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟୋପ ପଞ୍ଚାୟତର ଟୋପ-ଖଳିଆପାଳି ବାଲିପଟା କେନାଲରେ ଏକ ଅଜଣା ମହିଳାଙ୍କ ଶବ ପୋଚି ଯାଇ ଭାସୁଥିଲା । ମହିଳା ଜଣଙ୍କ ସମ୍ପର୍ଣ୍ଣ ଉଲଗ୍ନ ଥିବାର ଦେଖାଯାଇଥିଲା । ଶବଟି ପାଣିରେ ୩/୪ ଦିନ ରହିବା ଫଳରେ ଫୁଲିକି ପୋଚି ଯାଇଥିବାରୁ ଚିହ୍ନଟ କରିବା ସମ୍ଭବପର ହୋଇନଥିଲା । ସ୍ଥାନୀୟ ଲୋକମାନେ କହନ୍ତି ମହିଳା ଜଣଙ୍କ ଆମ ଅଞ୍ଚଳର ନୁହନ୍ତି । ମହିଳାଙ୍କୁ ଗଣ ଦୁର୍ଷମ କରାଯାଇ ଘଟଣା ଲୁଚାଇବା ପାଇଁ ଏଠାରେ ଅଭିଯୁକ୍ତ ମାନେ ପିଙ୍ଗି ଦେଇଥିବା ଅନୁମାନ କରାଯାଊଛି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ବିଳକୁ ଯିବା ସମୟରେ କେନାଲ ପାଣିରେ ଶବଟି ଭାସୁଥିବାର ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ୱାର୍ଡ ମେମ୍ବରଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଅତାବିରା ପୋଲିସ କୁ ସରପଞ୍ଚ ଖବର ଦେଇଥିଲେ।ହେଲେ ପୋଲିସ ଖବର ପାଇ ବହୁ ବିଳମ୍ବରେ ପହଞଞ୍ଚିଥିଲା । ଘଟଣା ସ୍ଥଳରେ ଯିବାଆସିବା ଲୋକଙ୍କର ଭିଡ଼ ଜମୁଥିବାବେଳେ ଲୋକମାନଙ୍କଠାରୁ ନାନାଦି ପ୍ରକାରର କଥା ଶୁଣିବାକୁ ମିଳିଥିଲ। । ଦୁଷ୍କର୍ମ କରି ମହିଳାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି । ଯାହାକି କେତେଜଣ ଦୁର୍ବୁତ୍ତ ଦୁଷ୍କର୍ମ ତଥା ଜୀବନକୁ ଅତି କଲବଳ କରି ନିର୍ମମ ଭାବେ ହତ୍ୟାକରି ଶବଟିକୁ ପାଣିରେ ପକାଇଛନ୍ତି । ଆଖପାଖ ବିଲରେ ପଡିଥିବା ପାଳ ଗୁଡିକ ଆଣି ଢାଙ୍କି ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି । ଢିଲା ପ୍ରଶାସନ ତଥା ଅତାବିରା ଥାନାର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅଞ୍ଚଳରେ ନୁଆ ନୂଆ ଚେହେରା ସାଙ୍ଗକୁ ଚୋରି,ଡକାୟତି,ଦିନ ଦ୍ବୀପହରେ ଲୁଟମାର ଛୋଟମୋଟ ଘଟଣା ସହ ବଡ ଧରଣର ଘଟଣା ମଧ୍ୟ ଘଟି ଜନ ଜୀବନ ନଷ୍ଟ ହେଇଥିବାର ଅଞ୍ଚଳରେ ନଜିର ରହିଛି । ଯାହା ମାସ ପରେ ମାସ ବିତି ଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାର ଟେର ପାଉନାହିଁ। ଉକ୍ତ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଯାହାଆଗକୁ ଦେଖିବାକୁ ବାକି ରହିଲା ବିଗତ ଦିନର ଘଟଣା ଗୁଡିକ ଭଳି ତଦନ୍ତ ନାମରେ ମାସ ପରେ ମାସ ବିତିବ ନାଁ ଘଟଣାର ଫର୍ଦ୍ଧଫାସ କରିବ ସମୟକୁ ଅପେକ୍ଷା କରିଛନ୍ତି ଜନସାଧରଣ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ...