ଗବକୁଣ୍ଡ ଓ ପାଣିଛତ୍ର ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ
ସାକ୍ଷୀଗୋପାଳ ---- ସାକ୍ଷୀଗେ।।ପଳ ବ୍ଳକ ସ୍ଥିତ ଗବକୁଣ୍ଡ ଓ ପାଣିଛତ୍ର ଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁତୀୟ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭ୍ୟ ତଥା ରେଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଧୁବ ଚରଣ ଦାଶ ଦୁଇଟି ଯାକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଅଧ୍ୟକ୍ଷ ଓ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ପରେ ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା । ରାଜ୍ୟ ସରକାର ପ୍ରତି ପରିବାର ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରିଥିବା ସମ୍ପର୍କରେ ଆଲେଚନା କରାଯାଇଥିଲା । ସାରଙ୍ଗଯୋଡି ଠାରେ ତିଆରି କରାଯାଇଥବା ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଖୋଲା ନଯିବା ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଦାଶ ପ୍ରଶ୍ନ ଉଠାଇଥିଲେ । ଯେଉଁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି ସେମାନେ ଯଦି ସାତ ଦିନ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ନଯାଏ ତା ହେଲେ ସେମାନଙ୍କ ବିରୁଦ୍ଧରେ ଅଳଗୁମ ମେଡିକାଲ ଇନିଚାର୍ଯ୍ୟ ଦାୟତ୍ୱରେ ଥିବା ତଥା ସାକ୍ଷୀଗୋପାଳସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବାସନ୍ତୀ ଦେବୀଙ୍କୁ ସିଡିଏମଙ୍କୁ ଲେଖିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ ଓ ଏମପି ପିନାକୀ ମିଶ୍ରଙ୍କୁ ଜଣାଇବା ପାଇଁ ନିସ୍ପତି ନିଆଯାଇଛି । ଏହି ଦୁଇ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କେହି ଏମବିବିଏସ ଡାକ୍ତର ଆସୁନାହାନ୍ତି , ଯେଉଁ ମାନଙ୍କୁ ନିଯୁକ୍ତି ଦିଆଯାଉଛି ସେମାନେ ଏଠାକୁ ନ ଆସି ଫେରିଯାଉଛନ୍ତି ବୋଲି ଶ୍ରୀ ଦାଶ କହିଥିଲେ । ଏଣୁ ଡ. ଦେବୀଙ୍କୁ ଏଠାକୁ ସପ୍ତାହକୁ ଦୁଇଦିନ ଜଣେ ଡାକ୍ତର ଡେପୁଟିସନରେ ପଠାଇବାକୁ ଶ୍ରୀ ଦାଶ ପ୍ରସ୍ତାବ ଦେଇଛନ୍ତି । ଏହି ଅଞ୍ଚଳଟି ସତ୍ୟବାଦୀ ବ୍ଳକ ହୋଇଥବା ବେଳେ ନିମାପଡା ଆରଡି ଅଧିନରେ ରହିଛି । ବୈଠକରେ ବିଭାଗୀୟ ଜେଇ ବା ଏସଡିଓ କେହି ଯୋଗ ଦେଇନଥିବାରୁ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ଦୁଖଃ ପ୍ରକାଶ କରିଥିଲେ । ଫାନି ବାତ୍ୟାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର କ୍ଷୟକ୍ଷତି ହୋଇଛି ଯାହାକି ଆରଡି ବିଭାଗ ଏହାକୁ ମରାମତି କରିବା କଥା ଏ ପର୍ଯ୍ୟନ୍ତ ସେମାନେ କୌଣସି ରିର୍ପୋଟ ଦେଇନଥିବା ବିଡିଓ ବୈଠକରେ ଆଲେଚନା କରିଥିଲେ । ସେହିପରି ଦୁଇଟି ଯାକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷକ ମଧ୍ୟରେ ଆୟବ୍ୟୟର ହିସାବ ଦେଖାଯିବ । ଫାନି ବାତ୍ୟା ପରେ ଗ୍ରାମରେ ଝାଡାବାନ୍ତି ଆରମ୍ଭ ହୋଇଯାଇଛି ତୁରନ୍ତ ଭ୍ରାମ୍ୟମାଣ ଗାଡି ପଠାଇ ଉକ୍ତ ଅଞ୍ଚଳରେ ଚିକିସ୍ଥା କରିବା ପାଇଁ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦାଶ ବୈଠକରେ ପ୍ରସ୍ତାବ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ. ସତ୍ୟରଞ୍ଜନ ରଥ, ସୌମିତ୍ରୀ ମହାନ୍ତି , ବିଇଓ କ୍ଷେତ୍ରମଣି ସେଠୀ, ଫାର୍ମାସିଷ୍ଟ ପ୍ରଭାତ ପାଇକରାୟ, ରାଜଶ୍ରୀ ନାୟକ, ବିପିଓ ଜ୍ୟୋତି ରଞ୍ଜନ ଶତପଥି ଓ ସ୍ୱାସ୍ଥ୍ୟକର୍ମୀ ସୁଲୋଚନା ସାଥୁଆ, ଗଙ୍ଗାଧର ପଣ୍ଡା, ଉପେନ୍ଦ୍ର ପାତ୍ର ପ୍ରମୁଖ ବୈଠକରେ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି