ଆସନ୍ତା ୨୫ ତାରିଖ ଯାଏଁ ବଢିଲା ଖରାଛୁଟି
ଭୁବନୈଶ୍ବର------ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଖରାଛୁଟିର ଅବଧିକୁ ବଢାଇଛନ୍ତି ସରକାର । ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ଆସନ୍ତା ୨୫ ତାରିଖ ଯାଏଁ ବଢିଲା ଖରାଛୁଟି । ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ଧୀରେନ୍ଦ୍ର ସେନାପତି