ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ
ଅତାବିରା--- ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ କାର୍ଯ୍ୟାଳୟ ପରିସରରେ ଅଗ୍ନିଣମ ବିଭାଗ ପକ୍ଷରୁ ପାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା ନିମନ୍ତେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଡିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଡିଓ ପ୍ରଣବ ଚାନ୍ଦ ସଭାରେ ଅଧ୍ୟକ୍ଷତା କରିଥିଲେ । ତହସିଲଦାର ହୃଦାନନ୍ଦ ଅଡ୍ଡା, ଅତିରିକ୍ତ ବିଡିଓ ଲକ୍ଷପତି ବେହେରା, ବ୍ଳକ ଅଧୟକ୍ଷା ରୀତା ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତି ଥିବା ଜନପ୍ରତିନିଧି ଓ ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଧନଜୀବନ ରକ୍ଷା କରିବା ସହ ସରକାରୀ କର୍ମଚାରୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ କିପିର ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ମାନଙ୍କର ଜୀବନ ବଞ୍ଚାଉଛନ୍ତି ସେ ସମ୍ପର୍କରେ ଅଗ୍ନିଶମ ବିଭାଗର ଅଧିକାରୀ ରବି ନାରାୟଣ ସାହୁ କହିଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ରଡିଲ ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ସଭାଟିକୁ ଡବ୍ୟୁଓ ଦୀପ୍ତିମନ୍ତ୍ର ଭୋଇ ପରିଚାଳନା କରିଥିଲେ ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ