Breaking News

ଚମ୍ପକ ଦ୍ୱାଦଶୀରେ ବରକନ୍ୟା ବେଶରେ ଦର୍ଶନ ଦେଲେ ଠାକୁର

 ସାକ୍ଷୀଗୋପାଳ  ---- ବୀରରାମଚନ୍ଦ୍ରପୁର ଆଦ୍ୟଶାସନରେ ରବିବାର ଚମ୍ପକ ଦ୍ୱାଦଶୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ବରକନ୍ୟା ବେଶରେ ସୁସଜିତ ଦୁଇଟି ରଥରେ ଠାକୁର ମାନେ ଗ୍ରାମ ପରିକ୍ରମା କରିଛନ୍ତି ।  ତାରେଣୀ ମଣ୍ଡପରେ ଆରଧ୍ୟ ଦେବତା ଗୋପିନାଥ ଦେବଙ୍କ ସହିତ ରୁକ୍ମୀଣିଙ୍କର ବିବାହ କାର୍ଯ୍ୟ ପୁରୋହିତ କାଳୁ ମିଶ୍ରଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା  । ସେହିପରି ମଣିନାଗ ଦୁର୍ଗାଙ୍କ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା  । ଆଜିର ଦିନରେ  ପରମ୍ପରା ଅନୁସାରେ ଠାକୁରଙ୍କୁ ଚମ୍ପାଫୁଲରେ ପୁଜା କରାଗଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।  ଦ୍ୱାଦଶୀ ତିଥିର ସଂଧ୍ୟାରେ ବାଜା, ଘଣ୍ଟ, କାହାଳୀ, ମଶାଲ ଜଲାଇ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଦେବ ଦମ୍ପତି ଗ୍ରାମ ପରିକ୍ରମା କରିବା ସମୟରେ ଶଙ୍କୁଡି ଦୁଆରିଭୋଗ ଅନୁଷ୍ଠିତ ହୋଇଥିଲା  । ବିବାହ ଓ ଗ୍ରାମ ପରିକ୍ରମା ଉତ୍ସବରେ ଯୋଗଦେଇ ଥିବା ଦେବାଦେବୀ ମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ, ମଣିନାଗଦୁର୍ଗା,କନକଦୁର୍ଗା, ଅନନ୍ତେଶ୍ୱର,ଇଶାନେଶ୍ୱର,ଲକ୍ଷେଶ୍ୱର, ବାଲୁଙ୍କେଶ୍ୱର ଦୁଇଟି ସୁସଜ୍ଜିତ ରଥରେ ବିରାଜମାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ  । ଏହି ଉପଲକ୍ଷେ ଗ୍ରାମ ରେ ପ୍ରତି ପରିବାରରେ ଗହଳି ଚହଳି ଲାଗିଥିଲା  ।   ବାହାରେ ଚାକିରି କରିଥିବା ପୁଅ, ଝିଅ ମାନେ ଘରକୁ ଆସିଥାନ୍ତି ଯାହାକି ଏକ ଭାଇଚାର ସମ୍ପର୍କ ଯୋଡି ହୋଇଥାଏ  ।  ଏହି ଅବସରରେ ପ୍ରତି ଦୁଆର ମାନଙ୍କରେ ଝୋଟି , ଚିତା, କଳସ, ଦିପାଳୀ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲେକମାଳାରେ ସୁସଜିତ ହୋଇଥିଲା ।  ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱେଚ୍ଛାସେବୀ ଦଳ ଗ୍ରାମ ସଫେଇ କରାଯିବା ସହ ଗ୍ରାମରେ ଥିବା ବିଭିନ୍ନ ନଳକୂପ ଗୁଡିକରେ ବିଚିଂ ପାଉଡର ପକାଯିବା ସହ ହାଲୋଜିନି ବଟଇକା ଆଗଶା କର୍ମୀ ମାନେ ବାଣ୍ଟିଥିଲେ  । ୪ ଖଣ୍ଡିର ମହାଜନ ମାନେ ଓ ଗ୍ରାମର ଯୁବକ ମାନେ ଏହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ  । ଆସନ୍ତା କାଲି ପୂବାହ୍ନରେ ଠାକୁର ଫେରିବା ସମୟରେ ଆସତବାଜି ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି । ଏହି ଅବସରରେ ବୀରରାମଚନ୍ଦ୍ରପୁର ଗ୍ରାମଟି ଉତ୍ସବ ମୁଖର ହୋଇପଡିଛି  । ଗ୍ରାମ ଦାଣ୍ଡରେ ବିଭିନ୍ନ ଉଠା ଦେକାନୀ ମାନେ ସେମାନଙ୍କର ବେପାର କରିବା ପାଇଁ ପସରା ଖୋଲିଛନ୍ତି ।
ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି

Blog Archive

Popular Posts