Breaking News

ସତ୍ୟବାଦୀରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶ ଉତ୍ସବ ପାଳିତ

ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକରେ ପ୍ରଥମ କରି ଏ ବର୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଛି  । ଏଣୁ ବିଦ୍ୟାଳୟର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପ୍ରବେଶ ଉତ୍ସବ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦାୟତ୍ୱରେ ଥିବା ତଥା ବ୍ଳକ ଶିକ୍ଷା ଅଧିକାରୀ ଧୁବ ଚରଣ ଜେନା ଓ ଆରତତ୍ରାଣ ମିଣ୍ର ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଆଦର୍ଶ ବିଦ୍ୟାଳୟର ଉପାଧ୍ୟକ୍ଷ ଗଶେଣଙ୍କ ମୂର୍ତ୍ତିରେ ଫୁଲମାଳ, ଚନ୍ଦନ, ଧୁପ ଓ ଦୀପ ପ୍ରଜ୍ୱଳନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ଏହି ଅ୍ରବସରରେ ଅନୁଷ୍ଠିତ ସଭାରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବ୍ମ ପ୍ରଧାନ ସଭାପତିତ୍ୱ କରିଥିଲେ  । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରମୋଦା କୁମାରୀ ଦାଶ ଓ ତ୍ରିଲୋଚନ ପ୍ରଧାନ ଯୋଗଦେଇଥିଲେ  । ସତ୍ୟବାଦୀ ଆଉ ଏକ ପାନେ ଶିକ୍ଷାରେ ଆଗକୁ ଯାଇଛି , ଯେଉଁଠି ରାଜ୍ୟ ସରକାର ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଶୁଭଦାନ ହୋଇଛି, ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟ ସତ୍ୟବାଦୀ ବ୍ଳକର ପଟ୍ଟନାୟିକିଆ ଛକ ଠାରେ ଗୃହ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  । ମୁଖ୍ୟ ଅତିଥି ତଥା ବ୍ଳକ ଅଧ୍ୟକ୍ଷା ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଅବିଭାବକ ମାନଙ୍କୁ ପ୍ରଥମେ ଧନ୍ୟବାଦ ଦେଇଥିଲେ  । ସେ କହିଥିଲେ ଅର୍ଥ ନ ଥିଲେ ମଧ୍ୟ ଆମର ଇଛା ଶକ୍ତିଥିଲେ ଆମେ ଆମର ଲକ୍ଷ୍ୟ ପଥରେ ନିଶ୍ଚୟ ପହଞ୍ଚି ପାରିବା ବୋଲି ସେ କହିଥିଲେ  । ଏଣୁ ଏହି ବିଦ୍ୟାଳୟରେ ଯେଉଁପିଲା ମାନେ ପ୍ରଥମ କରି ଶିକ୍ଷା ଦାନ କରିବା ପାଇଁ ଯୋଗ୍ୟ ଅର୍ଜନ କରିଛନ୍ତି ସେମାନେ ତାଙ୍କ ବାପା ମାଙ୍କ ଆଶାକୁ ସଫଳ କରିବା ପାଇଁ କହିଥିଲେ  । ଏବର୍ଷ ପ୍ରଥମ କରି ୬ଷ୍ଠ ଶ୍ରେଣୀ ଖେଳାଯାଇଛି । ଏଥିରେ ୮୦ ଜଣ ପିଲା ନାମ ଲେଖାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା୭୬ ଜଣ ଛାତ୍ର ଛାତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଳକକୁ ଛାଡି ଅନ୍ୟ ସମସ୍ତ ବ୍ଳକର ପିଲାମାନେ ଏଥିରେ ନାମ ଲେଖାଇଛନ୍ତି । ସେହିପରି ୫ ଜଣ ଅସ୍ଥାୟୀ ଶିକ୍ଷକ ଏଠାରେ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ଅନୁମତି ମିଳିଛି । ସେମାନେ ହେଲେ ବସନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାପାତ୍ର, ଦୀପିକା ଶତପଥୀ, ଉମାକାନ୍ତ ମିଶ୍ର, ଶକ୍ତିଧର ପାଟଣାଣୀ  । ସେହିପରି ଅସ୍ଥାୟୀ ଭାବେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ବିଦ୍ୟାଳୟ ଚାଲିବ । ଏମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି । ୀରଜ୍ୟ ସରକାରଙ୍କ ପକ୍ଷରୁ ୧୦ ଖଣ୍ଡ ପାଠ୍ୟ ପୁସ୍ତକ ମାଗଣାରେ ଯୋଗାଇ ଦିଆଯାଇଛି ବୋଲି ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜେନା କହିଥିଲେ  । ବ୍ଳକ ଉପାଧ୍ୟକ୍ଷା ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କୁ ଗୋଲାପ ଫୁଲ ଚନ୍ଦନ ଦେଇ ବିଦ୍ୟାଳୟକୁ ପ୍ରବେଶ କରାଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସିଆରସିସି ସୁନିଲ କୁମାର ବେହେରା, ସୁକାନ୍ତ କୁମାର ମିଶ୍ର, ଅଜୟ କୁମାର ପ୍ରଧାନ, ରାମଚନ୍ଦ୍ର ଦାସ, ଦୁଖିଶ୍ୟାମ ମଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ  । ସତ୍ୟବାଦୀ ସେଣ୍ଟାଲ ଜୋନର ସିଆରସିସି ସୋମନାଥ ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts