ନିଉ ଜଗନ୍ନାଥ ରାସ୍ତା ଉପରେ୧୦ ଘଣ୍ଟା ବସିରହିଲେ ଶୁକଳ ବଡପଡାର ଗ୍ରାମବାସୀ ; କ୍ଷତିପୁରଣ ଦାବୀରେ
ସାକ୍ଷୀଗୋପାଳ- ସତ୍ୟବାଦୀ ଥାନା ଅନ୍ତର୍ଗତ ନିଉ ଜଗନ୍ନାଥ ରୋଡ ତଥା ( ଚନ୍ଦନପୁର- ନିରାକାରପୁର ) ରାସ୍ତାର ଶୁକଳ ବଡପଡାର ଗ୍ରାମବାସୀ ମାନେ ନ୍ୟାୟ ଓ କ୍ଷତିପୁରଣ ଦାବୀରେ ୧୦ ଘଣ୍ଟା ଟାୟାର ଜାଳି ଶୁକଳ ଛକଠାରେ ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେକି ଦୁଇ ପାଣ୍ୱର୍ରେ ଶହ ଶହ ଗାଡି ମଟର ଠିଆ ହୋଇ ରହିଥିଲା । ସୁଚନାଯୋଗ୍ୟ ଯେ ସାମୁଦ୍ରିକ ବାତ୍ୟା ଫାନି ଯୋଗୁ ସାକ୍ଷୀଗୋପାଳ ବିଦୁୃ୍ୟତ ଉପଖଣ୍ଡର ବିଣିଷ କ୍ଷତି ହୋଇଛି । ଶହ ଶହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ସବୁ ଛିଣ୍ଡିକି ପଡିଛି । ଏହାକୁ ମରାମତି କରିବା ପାଇଁ ଏକ ଠିକାଦାର ସଂସ୍ଥା ନେଇଛି । ମାତ୍ର କାମ କରୁଛନ୍ତି ବିଭାଗୀୟ ଜେଇ ମାନେ । ଗ୍ରାମକୁ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ଅଧିକାରୀ ମାନେ ଗ୍ରାମବାସୀଙ୍କୁ ନିଜ ଖର୍ଚ୍ଚରେ ବିଦ୍ୟୁତ ଖୁଣ୍ଟ ନେବାପାଇଁ ପରମାର୍ଶ ଦେଇଥିଲେ । ଏହାକୁ ନଜର କରି ଶୁକଳ ଗ୍ରାମ ପଞ୍ଚାୟତର ବଡପଡା ଗ୍ରାମର ଯୁବକ ମାନେ ମିଳିତ ହୋଇ ଏକ ଟ୍ରାକ୍ଟଟର ଯୋଗେ ବିଦ୍ୟୁତ ଲୁହା ଖୁଣ୍ଟ ନେଇକି ଯିବା ସମୟରେ ଦୁର୍ଘଟଣା ଗୁରୁବାର ଦିନ ଘଟିଥିଲା ।ଏଥିରେ ବାବୁଲି ବରାଳଙ୍କୁ ଲୁହା ଖୁଣ୍ଠ ମାଡି ବସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଗ୍ରାମବାସୀ ମାନେ ନିଉଜଗନ୍ନାଥ ରୋଡର ଶୁକଳ ଚାରିଛକ ଠାରେ ସକାଳ ୮ଟାରୁ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପ୍ରାୟ ଅପରାହ୍ନ ୫ଟା ସମୟରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ତହଦିଲଦାର କସ୍ତୁରୀ ପ୍ରଧାନ ଓ ସତ୍ୟବାଦୀ ଥାନା ଅଧିକାରୀ ତପନ କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀ ମାନଙ୍କ ସହ ଆଲେଚନା କରିଥିଲେ । ତହସିଲଦାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ରେଡକ୍ରସ ଫାଣ୍ଠିରୁ ଶବ ଦାହ ଓ କାର୍ଯ୍ୟ କରିବା ପାଇଁ ୨୦ ହଜାର ଟଙ୍କା ଓ ବିଦ୍ୟୁତ ବିଭାଗ ପକ୍ଷରୁ ୧ଲକ୍ଷଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ତହସିଲଦାର ବିଡିଓ ସରୋଜ ଦତ୍ତଙ୍କ ସହ ଆଲେଚନା କରି ତୁରନ୍ତ ଉକ୍ତ ପରିବାରକୁ ମୋ କୁଡିଆରେ ସାମିଲ କରିବା ପାଇଁ ତହସିଲଦାର ଘୋଷଣା କରିଥିଲେ । ଏହା ସହିତ ବିଦ୍ୟୁତ ଠିକାଦାର ବିଭାଗ ପକ୍ଷରୁ ଉକ୍ତ ମୃତ୍ୟୁ ପରିବାରକୁ ବୀମା ପକ୍ଷରୁ କ୍ଷତି ପୂରଣ ଦିଆଯିବ ବୋଲି କହିବା ପରେ ରାସ୍ତା ରୋକ ହଟଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି