ବିଦ୍ୟୁତ ଖୁଣ୍ଠ ବୋଝେଇଟ୍ରାକ୍ଟଟର ଓଲଟିଲା; ଯୁବକର ମୃତ୍ୟୁ , ଚାଳକ ଗୁରୁତର
ସାକ୍ଷୀଗୋପାଳ--- ବିଦ୍ୟୁତ ଖୁଣ୍ଠ ବୋଝେଇ ଟ୍ରାକ୍ଟଟର ଓଲଟି ପଡିବାରୁ ବିଦ୍ୟୁତ ଖୁଣ୍ଠ ଉପରେ ବସିଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡି ଚାଳକ ଗୁରୁତର ଭାବେ ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସା ହୋଉଥିବା ଜଣାପଡିଛି । ଆଜି ଅପରାହ୍ନରେ ଶୁକଳ ବଡାପଡାର ପ୍ରାୟ ୧୫ ଜଣ ଯୁବକ ମାନେ ମିଳିତ ହୋଇ ଅଳଗୁମ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ ଜମା ହୋଇଥବା ୧୬ଟି ଲୁହା ବିଦ୍ୟୁତ ଖୁଣ୍ଠ ଟ୍ରାକ୍ଟଟରେ ଲଦିକି ଗ୍ରାମକୁ ନେଉଥିଲେ । ନେବା ସମୟରେ ବାଣପୁର ଠାରେ ଟ୍ରାକ୍ଟଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହା ଫଳରେକି ଟ୍ରାକ୍ଟଟର ଡାଲାରେ ବସିଥିବା ଶୁକଳ ବଡପଡା ଗ୍ରାମର ପବନା ବରାଳଙ୍କ ପୁତ୍ର ବାବୁଲି ବରାଳ ( ୩୫)ଙ୍କୁ ବିଦ୍ୟୁତ ଲୁହାଖୁଣ୍ଟ ମାଡି ବସିଥିଲା । ଅନ୍ୟ ଯୁବକ ମାନେ ଖଣ୍ଡିଆ ଖାବେରା ହୋଇଥିବା ବେଳେ ବାବୁଲି ଘଟଣା ସ୍ଥଳରେ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ଗ୍ରାମର ହଜାରି ନାୟକଙ୍କ ଟ୍ରାକ୍ଟଟର ତାଙ୍କ ପୁତ୍ର ଲିଟୁ ନାୟକ ଚଳାଉଥିଲା । ସେ ମଧ୍ୟ ଗାଡି ତଳେ ଚାପି ହୋଇ ରହିଯାଇଥିଲେ । ତାଙ୍କୁ ସ୍ଥାନୀୟ ଗ୍ରାମବାସୀ ମାନେ ଉଦ୍ଦାର କରି ପୁରୀ ମେଡିକାଲକୁ ପଠାଇଥବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗାଡିକୁ ଜବତ କରିବା ଶହ ଶବଜବତ କରି ଏକ କେସରୁଜ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି । ବାତ୍ୟା ଯିବାର ୪୬ ଦିନ ପରେ ବି ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ଅନେକ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ୧୪ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ମାତ୍ର ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡର ଅଧିକାରୀ ମାନେ ଗ୍ରାମବାସୀ ମାନଙ୍କ ଉପରେ ଲଦି ଦେଉଛନ୍ତି । ଗ୍ରାମର ଯୁବକ ମାନେ ମିଳିତ ହୋଇ ଘର ପିଛା ପଇସା ଆଦାୟ କରିବା ସହ ଟ୍ରାକ୍ଟଟର ଓ ଅଟୋ, ଟ୍ରଲି ଆଦି ଗାଡିରେ ବିଦ୍ୟୁତ ସିମେଣ୍ଟ ଓ ଲୁହା ଖୁଣ୍ଠ ନେଉଥିବା ଦେଖାଯାଇଛି । ଅନ୍ୟ ପକ୍ଷେ ସାମାନ୍ୟ କେତଟି ଟଙ୍କା ପାଇଁ ଜଣେ ଯୁବକର ମୃତ୍ୟୁ ହେଲା ସେଥିପାଇଁ ଦାୟୀ କିଏ ବୋଲି ସାକ୍ଷୀଗୋପାଳରେ ଏବେ ଆଲେଚନାର ବିସୟବସ୍ତୁ ହୋଇପଡିଛି । ବିଦ୍ୟୁତ ବିଭାଗ ପକ୍ଷରୁ ଯଦି ନିଜ ଗାଡିରେ ବିଦ୍ୟୁତ ଖୁଣ୍ଠ ନିଆଯାଇଥାନ୍ତା ତା ହେଲେ ଏ ଦୁର୍ଘଟଣା ଘଟିନଥାନ୍ତା ବୋଲି ସ୍ଥାନୀୟ ଯୁବକ ମାନେ କହନ୍ତି । ଏହି ଘଟଣାକୁ ନେଇ ଏବେ କିଛି ଯୁବକ ମାନେ ମୁଖ୍ୟମନ୍ତ୍ରୀଙ୍କ ଟ୍ୟୁଟର ଆକାଉଣ୍ଟରେ ଏ ସମ୍ପର୍କରେ ଜଣାଇଥିବାର ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି