ପାଣି ପମ୍ପ ଚୋରି ଅଭିଯୋଗରେ ୩ ଯୁବକ ଗିରଫ
ଓଡ଼ଗାଁ--- ଓଡଗାଁ ଥାନା ଅନ୍ତର୍ଗତ କୈବଲ୍ୟପୁର ଗାଁର ଏକ ଉଠାଜଳସେଚନ ବିଦ୍ୟୁତ ଚାଳିତ ପାଣି ପମ୍ପ ଚୋରି ଅଭିଯୋଗରେ ଓଡଗାଁ ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଚୋରି ପମ୍ପ ଓ ଏକ କଳା ରଙ୍ଗର ପଲସର ମଟର ସାଇକେଲ ଜବତ କରବାରେ ଓଡଗାଁ ପୋଲିସ ସଫଳ ହୋଇଛି । ଅଭିଯୁକ୍ତ ମାନେ ହେଲେ ଓଡଗାଁ ସିମାନ୍ତରେ ଥିବା ବାହାଡାପିଠାର ପ୍ରଦିପ ନାହାକ(୨୦), ମଠଖଜୁରିୟାର ପ୍ରଶାନ୍ତ ନାହାକ(୧୯) ଏବଂ ସୂର୍ଯ୍ୟକାନ୍ତ ନାହାକ(୧୯) । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ସରକାରଙ୍କ ଯୋଜନା ଅନୁଯାୟୀ ଜମିକୁ ଜଳ ଯୋଗାଣ ପାଇଁ କୈବଲ୍ୟପୁର ଗ୍ରାମର ଗୋପାଳ ମହାପାତ୍ରଙ୍କ ଜମିରେ ଏକ ବିଦ୍ୟୁତ ଚାଳିତ ମୋଟର ପମ୍ପ ଲାଗିଥିଲା । ଶୁକ୍ରବାର ରାତ୍ରି ପ୍ରାୟ ୯ ବେଳେ ଏହି ଅଭିଯୁକ୍ତ ମାନେ ମୋଟର ପମ୍ପଟିକୁ ଚୋରି କରି ନେଇ ଯାଉଥିଲେ । ମାତ୍ର ଏହି ଖବର ପାଇ ଗୋପାଳ ମହାପାତ୍ର ଏବଂ ତାଙ୍କ ସାଥୀ ଚାଷୀ ମାନେ ଘଟଣା ସ୍ଥଳରେ ପହଁଚି ପ୍ରଥମେ ୩ ଯୁବକକୁ କାବୁ କରିନେେଇ ଓଡଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଓଡଗାଁ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଗୋପାଳ ମହାପାତ୍ର ଅଭିଯୁକ୍ତ ମାନଙ୍କୁ ମାନଙ୍କୁ ପୋଲିସ ଜିମା ଦେଇଥିଲେ । ଶ୍ରୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପୋଲିସ ୧୦୩/୧୯ରେ ଏକ ମାମଲା ରୁଜୁକରିଛନ୍ତି । ଜବତ ମୋଟର ପମ୍ପକୁ ଗୋପାଳ ମହାପାତ୍ରଙ୍କୁ ହସ୍ତାନ୍ତର କରିଥିଲେ ।
ଓଡଗାଁରୁ ସୁଦିପ୍ତ କୁମାର ଦଳାଇ
ଓଡଗାଁରୁ ସୁଦିପ୍ତ କୁମାର ଦଳାଇ