Breaking News

ମହିଳା ହମ୍ପସରେ ଖସି ପଡିବାରୁ ହାତ ଉପରେ ଚଡିଗଲା ଟ୍ରକ

ସାକ୍ଷୀଗୋପାଳ--- ପୁରୀ- ଭୁବନେଶ୍ୱର ନଂ୩୧୬ ଜାତୀୟ ରାଜପଥର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଜଣେ ମହିଳା  ହମ୍ପସରେ ମଟର ସାଇକେଲରୁ ଖସି ପଡିବାରୁ ତାଙ୍କର ବାମ ହାତ ଉପରେ ଚଡିଯାଇଛି ଟ୍ରକ  । ସ୍ଥାନୀୟ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ  ତାଙ୍କୁ ସଙ୍ଗେ ଭୁବନେଶ୍ୱର ୬ନଂ ମେଡିକାଲକୁ ପଠାଯାଇଛି  ।  । ପୋଲିସ ସୁତ୍ରରୁ ପ୍ରକାଶ ଯେ ପୁରୀ ହରଚଣ୍ଡୀ ସାହିର ଚନ୍ମୟୀ ରଥ (୨୩) ସେ ସତ୍ୟବାଦୀ ଥାନା ଭିଁପୁର ଗ୍ରାମର ମାଧବ ଚନ୍ଦ୍ର ଗିରିଙ୍କୁ ବିବାହ କରିଥିଲେ  । ଆଜି ସକାଳେ ତାଙ୍କ ସ୍ୱାମୀଙ୍କ ସହ ମଟର ସାଇକେଲେ ଯୋଗେ ଭିଁପୁର ଅଭିମୁଖେ ଫେରୁଥିବା ବେଳେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଥିବା ହମ୍ପସରେ ଖସି ପଡିଥିଲେ  । ସେ ସମୟରେ ବିପରିତ ଦିଗରୁ ଏକ ଟ୍ରକ ନଂ ଓଆର. ୦୯. ଏଫ. ୨୩୨୫ ମହିଳାଙ୍କ ବାମ ହାତ ଉପରେ ମାଡି ଯାଇଥିଲା  ।  ସାକ୍ଷୀଗୋପାଳ ପୋଲିସ ଟ୍ରକଟିକୁ ଜବତ କରି ତଦନ୍ତ ଜାରି ରହିଛି ବୋଲି ଥାନାର ସେକେଣ୍ଡେ ଅଫିସର ରବୀନ୍ଦ୍ର ନାଥ ନନ୍ଦଙ୍କ ଠାରୁ ପ୍ରକାଶ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts