ରାସ୍ତା ଉପରେ ଓହଳିଛି ଛିଣ୍ଡା ବିଦ୍ୟୁତ ତାର; ଦୁର୍ଘଟଣାକୁ ଅପେକ୍ଷା
ସାକ୍ଷୀଗୋପାଳ--- ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡରେ ବାତ୍ୟା ପରେ ଅଧିକାଂଶ ଗ୍ରାମରେ ବିଦ୍ୟୁତ ଛିଣ୍ଡା ତାର ଓହଳିକି ରହିଛି । । କେତେବେଳେ ଦୁର୍ଘଟଣା ଘଟିବ କହିବା କଷ୍ଟକର ହୋଇପଡିଛି । ଏପରକି କେତକ ଯାଗାରେ ବିପଦ ପୁର୍ଣ୍ଣ ଅବସ୍ଥାରେ ତାର, ବିଦ୍ୟୁତ ଖୁଣ୍ଠ, ରହିଛି । ମୁଣ୍ଡ ଉପରେ ଓହଳିକି ରହିଛି ବିଦ୍ୟତ ତାର । ଏହି ଅଳ୍ପଦିନ ତଳେ ବିଦ୍ୟୁତ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କ ଦ୍ୱାରା ଯୋର ଜବରଦସ୍ତ ବିଦ୍ୟୁତ ଲୁହା ଖୁଣ୍ଠ ବୁହାଉଥିବା ବେଳେ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଗ୍ରାମବାସୀ ମାନେ ୧୦ ଘଣ୍ଟା ରାସ୍ତାରୋକ କରିଥିଲେ । ତଥାପି ଏଥିରେ ବିଦ୍ୟୁତ ବିଭାଗର ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଚେତା ପଶିଲା ନାହିଁ । ଏବେ ସେହିପରି ରାସ୍ତା ଉପରେ ଓହଳିକି ରହିଛି ବିଦ୍ୟୁତ ତାର । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡର ବାସୁକେରା ଗ୍ରାମରେ ଫାନି ବାତ୍ୟା ଯୋଗୁ ଉକ୍ତ ଗ୍ରାମରେ ବିଦ୍ୟୁତ ଖୁଣ୍ଠ ଭାଙ୍ଗି ଯିବା ସହ ତାର ମଧ୍ୟ ଛିଣ୍ଡି ଯାଇଥିଲା । ଗ୍ରାମବାସୀ ମାନେ ପଇସା ଆଦାୟ କରି ବିଦ୍ୟୁତ ଖୁଣ୍ଠ ବୋହିକି ଆଣିବା ସହ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ କାମ କରିବା ଦିନ ସମ୍ପର୍ଣ୍ଣ ସହଯୋଗ କରିଥିଲେ । ମାତ୍ର ଯେଉଁଠାରେ ବିଦ୍ୟୁତ ଟ୍ରାନ୍ସଫରମର ବସିଛି ସେହି ଠାରୁ ମାତ୍ର ୨୦ ଫୁଟ ଦୁରରେ ଏକ କେବୁଲ ବିଦ୍ୟୁତ ତାରରେ କୌଣସି ଗାଡି ଲାଗି କେବୁଲ ଉପରେ ଥିବା କଭରଟିକୁ ଓଲାରି ଦେଇଥିଲା । ମାତ୍ର ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଏ ବିସୟରେ ଜଣାଇବା ସହ ତୁରନ୍ତ ନୂତନ କେବୁଲ ପକାଇବାକୁ ଗ୍ରାମର ଯୁବକ ମାନେ ଅନୁରୋଧ କରିଥିଲେ । ବିଦ୍ୟୁତ କର୍ମଚାରୀ ମାନେ ପଛରେ କରାଯିବ ବୋଲି କହିଥିଲେ । ଉକ୍ତ ତାର ଉପରେ ବ୍ଳାକଟେପ ଗୁଡାଇ ଦେଇ ଛାଡି ଦେଇଥିଲେ । ଏବେ ଖରା ତାପରେ ଉକ୍ତ ବ୍ଳାକଟେପ ଗୁଡିକ ଛାଡି ଯାଇଛି । ବିପଦ ପୁର୍ଣ୍ଣ ଅବସ୍ଥାରେ ରାସ୍ତା ଉପରେ ଝୁଲିକି ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ କଲେଜ ଛାତ୍ର ଛାତ୍ରୀଙ୍କ ସହିତ ଗ୍ରାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପିଲା ମାନଙ୍କ ସହ ଅନ୍ୟ ବିଦ୍ୟାଳୟର ପିଲାମାନେ ଯିବା ଆସିବା କରୁଛନ୍ତି । ସାକ୍ଷୀଗୋପାଳ ବଜାରକୁ ଗ୍ରାମରାସ୍ତା ବାଟ ସହିତ ବିଭିନ୍ନ ଗ୍ରାମର ଲୋକମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । କାହା ମୁଣ୍ଡରେ ଏ ତାର ଲାଗିବ ତାହା କହି ହୋଉନାହିଁ । ତୁରନ୍ତ ଜିଲ୍ଲାପାଳ ଓ ବିଦ୍ୟୁତ ବିଭାଗର ଅଧିକାରୀ ନଜର ଦେବାକୁ ଗ୍ରାମବାସୀ ଓ ଜନସାଧାରଣ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି