Breaking News

ଚାରିବର୍ଷ ହୋଇଗଲା ଅଙ୍ଗନୱାଡି କେନ୍ଦ୍ର ଗୃହ କାମ ଚାଲିଛି ; ଶେଷ ହେବାର ନାଁ ଗନ୍ଦ ଧରୁନାହିଁ

ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକର ପାହାଡ ଣ୍ରୀଗିଡା ପଞ୍ଚାୟତର ଅମଳିପାରି ବ୍ରିଜପଡା ଗ୍ରାମରେ ୧୩ନଂ ଅଙ୍ଗନୱାଡି କେନ୍ଦ୍ର ଆଜକୁ ପାୟ ୪ ବର୍ଷ ହୋଇଗଲା ତିଆରି ଚାଲିଛି ଯେ କାମ ସରିବାର ନାଁ ଗନ୍ଦ ଧରୁନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଠିକାଦାର ଓ ବିଭାଗୀୟ ଜେଇଙ୍କ ମଧୁଚନ୍ଦିକା ଯୋଗୁ ଦଣ୍ଡ ପାଉଛନ୍ତି ନିରିହ ଶିଶୁ  । ଏ ସମ୍ପର୍କରେ ସ୍ତାନୀୟ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ ବୁଝିବା କହି ପ୍ରଶାସନ ଚୁପ ହୋଇ ରହିଯାଇଛି  । କାମ ନ ସରିବା ଆଗରୁ କାନ୍ଥ ଫାଟିକି ଆଁ କଲାଣି । ଘର ପାଇଁ କବାଟ ଝରକା ତିଆରି ହୋଇଛି ମାତ୍ର ବାହାରେ ଚାରି ବର୍ଷ ହୋଇଗଲା ପଡି ରହିଛି । ଯାହା ଫଳରେକି ବର୍ଷା, ଖରା ପବନ ଖାଇ ଏବେ ସେ ଖତ ହୋଇଗଲାଣି । ବର୍ଷା ଲାଗିକି ରହିଲେ ଛାତରୁ ପାଣି ଗଳୁଛି । ଏବେ ଗ୍ରାମବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଏ ଘର କାହା ପାଇଁ ତିଆରି କରାଯାଇଛି । ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ମାତ୍ର ଘର ଶେଷ ହୋଇ ଉଦ୍ଘାଟନ ହେବା ପରଦିନ ପୁଣି ସରକାର ଏହି ଘର ଅସୁରକ୍ଷିତ ବୋଲି ଘୋଷଣା କରିବେ । ଏହା ହୋଉଛି ବିଜେଡି ସରକାରଙ୍କ ନୀତି ବୋଲି ଅମଳିପାଲି ଗ୍ରାମବାସୀ ମାନେ କହନ୍ତି । ଏ ସମ୍ପର୍କରେ ଅତାବିରା ସିଡିପିଓଙ୍କୁ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ରାଜନୈତିକ ଭୟରେ ସେ ମଧ୍ୟ ଚୁପ ହୋଇ ବସିଛନ୍ତି । ଅଙ୍ଗନସ୍ୱାଡି କେନ୍ଦ୍ରକୁ ସୁପରଭିଜନରେ ଆସୁଥିବା ସୁପରଭାଇଜର ପଙ୍କଜିନି ବିଶ୍ୱାଳଙ୍କୁ ଏ ସମ୍ପର୍କରେ ଗ୍ରାମର ମହିଳା ମାନେ ଅଭିଯୋଗ କରିଥିଲେ  ।ସେ କହନ୍ତି କିଛି ଲୋକମାନେ ବିଡିଓ ଓ ଡିକାଦାରଙ୍କ ଏ ସମ୍ପର୍କରେ ଜଣାଇବା ପାଇଁ କହନ୍ତି । ଆମ ହାତରେ କିଛି ନାହିଁ ବୋଲି ସେ ନିରୁପାୟ ବୋଲି କହନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ବିଡିଓ, ସିଡିପିଓଙ୍କ ସହ ବିଧାୟିକା ସ୍ନେହାଙ୍ଗିନି ଛୁରିଆଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଠିକାଦାରଙ୍କ ବିରୁଧରେ  । ଯାହା ଫଳରେକି ଦିନକୁ ଦିନ ଗ୍ରାମରେ ଏହାକୁ ନେଇ ଅଶାନ୍ତିର ମଞ୍ଜି ପୋତି ହୋଉଛି । ଏହାକୁ ନେଇ ଏକ ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ବ୍ଳକର ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା ବାବୁ ଓଲଟା କଥା କହନ୍ତି । ଉକ୍ତ ଅଙ୍ଗନୱାଡି କେନ୍ଦ୍ରଟି କାହିଁ କେଉଁ କାଳରୁ କାମ ସରିଯାଇଛି  । ସେଠାରେ କିଛି କାମ ବାକିନାହିଁ  । ଉଦ୍ଘାଟନ ହେବାକୁ ବାକି ରହିଛି ବୋଲି ସେ କହନ୍ତି । ପକୃତ ପକ୍ଷେ ଏହିପରି ବିଭାଗୀୟ ଅଧିକାରୀ ମାନଙ୍କ ଯୋଗୁ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଉତ୍ତେଜନା ଲାଗି ରହୁଛି ବୋଲି ଗ୍ରାମବାସୀ ମାନେ କହନ୍ତି । ଶେଷରେ ଗ୍ରାମବାସୀ ଓ ଅଙ୍ଗନୱାଡି କେନ୍ଦ୍ରର ହିତାଧିକାରୀ ମାନେ ବରଗଡ ଜିଲ୍ଲପାଳଙ୍କୁ ନିବଦେନ କରିଛନ୍ତି ତୁରନ୍ତ ଅଙ୍ଗନୱାଡି କେନ୍ଦ୍ର ଗୃହ କାର୍ଯ୍ୟ ସମ୍ପର୍ଣ୍ଣ କରିବା ପାଇଁ  ।
ବରଗଡରୁ ନବୀନ  ଦାଶ


Blog Archive

Popular Posts