ବରକେରା ଗ୍ରାମରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଖୁସିର ଲହରୀ
ଡେଲାଙ୍ଗ-- ଡେଲାଙ୍ଗ ବ୍ଳକର ସବୁଠାରୁ ଅବହେଳିତ ଗ୍ରାମ ଭାବରେ ମୁନିଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ । ଗ୍ରାମକୁ ଏ ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ । ଉକ୍ତ ଗ୍ରାମରେ ଚାଷ ଉପରେ ନିର୍ଭର କରିଥାନ୍ତି । ମାତ୍ର ଏବେ ପିଲା ମାନଙ୍କୁ ନେଇ ଗ୍ରାମରେ ଖୁସିର ଲହରୀ ଖେଳିଛି । ବିଗତ ଦିନରେ ଉକ୍ତ ଗ୍ରାମର ଛାତଛାତ୍ରୀ ମାନେ ଖେଳ, ଶିକ୍ଷାରେ ବେଶ ସୁନାମ ଆଣିଛନ୍ତି । ବିଗତ ବର୍ଷରେ ଯୁକ୍ତ ଦୁଇ କଳା ପରୀକ୍ଷାରେ ଡେଲାଙ୍ଗ ବ୍ଳକର ମନିଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମର ଡେଲାଙ୍ଗ କଲେଜର ଛାତ୍ରୀ ଚିନ୍ମୟୀ ପରିଡା ୪୫୭ ନମ୍ବର ରଖି କଲେଜରେ ପଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି କଲ୍ୟାଣପୁର କଲେଜରେ ଛାତ୍ରୀ ଅନୁସୟା ପ୍ରଧାନ ୪୪୨ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ରଖିଥବା ବେଳେ ପିଣ୍ଟୁ ବେହେରା ୪୧୪ ନମ୍ବର ରଖି ଦୁତୀୟ ସ୍ତାନ ଅଧିକାର କରିଥିବା ଜଣାପଡିଛି । ଏଣୁ ବରକେରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । ବହୁ ଶିଘ୍ର ଏହି ପିଲା ମାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ମାନୀତ କରାଯିବ ବୋଲି ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ଠାରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି