Breaking News

ନିସାଦ୍ରୀ ଅନୁଷ୍ଠାନ ପକ୍ଷରୁ ଦୁଗଲ ଓ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତରେ ରିଲିଫ ସାମଗ୍ରୀ ବଣ୍ଟନ

 ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ସାମୁଦ୍ରିକ ଫାନି ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଥିଲା ସତ୍ୟବାଦୀ ବ୍ଳକ । କ୍ଷତିଗସ୍ତ ପରିବାରଙ୍କୁ ସାହାର୍ଯ୍ୟ ସହଯୋଗର ହାତ ବଡେଇଛନ୍ତି ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିସାଦ୍ରୀ  । ୱାଲଟ ହଙ୍ଗର ହିଲାଇଫ ଦିଲ୍ଲୀଙ୍କ ସହାୟତାରେ ନିସାଦ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଓ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତରେ ବିଶେଷ କ୍ଷତି ହୋଇଥିବା ପରିବାରଙ୍କୁ ରିଲିଫ ସମାଗ୍ରୀ ବଣ୍ଟନ କରିଛି  । ପ୍ରଥମ ପର୍ଯ୍ୟାୟରେ ଦୁଇ ପଞ୍ଚାୟତରୁ ୧ହଜାର ପରିବାରଙ୍କୁ ଚୁଡା-୪ କିଲୋ, ଗୁଡ ୧ କିଲୋ, ମହମବତୀ ପ୍ୟାକେଟ, ମଶାରୀ, ଦିଆସିଲ, ପାଣିବୋତଲ, ଗାମୁଛା, ପାଲ ଆଦି ସାମଗ୍ରୀ ବଣ୍ଟନ କରାଯାଇଥିବା ଅନୁଷ୍ଠାନର ୱାଲଟ ହଙ୍ଗର ହିଲାଇଫ ଅନୁଷ୍ଠାନର ଜରୁରୀ କାଳୀନ ସେବା ଅଧିକାରୀ ବିନୟ କୁମାର ରାୟଙ୍କ ଠାରୁ ପ୍ରକାଶ  । ଦ୍ୱିତୀୟ ପର୍ଯ୍ୟାୟରେ ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତକୁ ନିସାଦ୍ରୀ ଅନୁଷ୍ଠାନର ଗୋଷ୍ଠୀ ସଂଗଠକ ଓ ସଂଗଠିକା ମାନେ ସମସ୍ତ ଗ୍ରାମ ଓ ସାହି ସାହି ବୁଲି ଫାନି ବାତ୍ୟାରେ କ୍ଷତିଗସ୍ତ ପରିବାରଙ୍କୁ ଚିିହ୍ନଟ କରାଯାଇଥିଲା  । ଚିହ୍ନଟ ପରିବାରଙ୍କୁ ସେମାନଙ୍କ ଆବଶ୍ୟକତାକୁ ନଜର କରି ୫ଶହ ତାରପୋଲିନ, ଏକହଜାର ସୋଲାର ଲାଇଟି, ୨ ହଜାର ଶୋଇବା ଶପ, ୧ ହଜାର ମଶାରୀ ବଣ୍ଟନ କରାଯାଇଛି । ଏହା ବ୍ୟତୀତ ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ପଞ୍ଚାତରେ ଥିବା ସମସ୍ତ ମହିଳା ଗୋଷ୍ଠୀଙ୍କ ସହ ଆଲେଚନା କରି ବିଭିନ୍ନ କର୍ମଭିତ୍ତିକ ଯୋଜନା ହାତକୁ ନେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ନିସାଦ୍ରୀ ଅନୁଷ୍ଠାନର ନିର୍ଦ୍ଦେଶକ ସାରଙ୍ଗଧର ସାମଲଙ୍କ ଠାରୁ ପ୍ରକାଶ  । ସେହିପରି ନିସାଦ୍ରୀ ଅନୁଷ୍ଠାର ଯୁଗ୍ମ ନିର୍ଦ୍ଦେଶକ ଧିରେନ କୁମାର ମହାନ୍ତିଙ୍କ ତତ୍ୱାବଧାନରେ  ଦୁଇ ପଞ୍ଚାୟତରେ ଫାନି ବାତ୍ୟାରେ କ୍ଷତିଗସ୍ତ ପରିବାର ମାନଙ୍କ ଠାରୁ  ସେମାନଙ୍କର ସମସ୍ୟା ଓ ଏହାର ସମାଧାନ ପାଇଁ ମତାମତ ସଂଗ୍ରହ କରାଯାଇଛି । ବିଶେଷ କରି ଦୁଗଲ ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ପ୍ରକାଶ ଖଟେଇଙ୍କ ନେତ୍ୃତ୍ୱରେ  ରିଲିଫ ସମାଗ୍ରୀ ବଣ୍ଟନ ସମୟରେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts